ପାକିସ୍ତାନୀ ଫ୍ୟାନଙ୍କୁ ମାହିଙ୍କ ମାଗଣା ଟିକେଟ । ୮ ବର୍ଷ ହେଲା ମହମ୍ମଦଙ୍କୁ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାର ସୁଯୋଗ ଦେଉଛନ୍ତି ଧୋନି ।

544

ବିଶ୍ୱକପ ଟାଇଟଲ ପାଇଁ ଇଂଲଣ୍ଡରେ ଚାଲିଛି ଜୋରଦାର ଲଢେଇ । ଟାଇଟଲ ରେସରେ ଭାରତ ଆଗରେ ଥିବା ବେଳେ ୨ଟି ବିଜୟ ପରେ ଖେଳାଳିଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଛି । କେବଳ ଖେଳରେ ନୁହେଁ ବରଂ ଖେଳୁଆଡ ମନୋଭାବ ପାଇଁ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ଭାରତୀୟ ଖେଳାଳି । ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଯେଉଁ ଖେଳୁଆଡ ମନୋଭାବ ଦେଖାଇଥିଲେ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତାହା ବି ପୁଣି ପାକିସ୍ତାନ ଜନ୍ମିତ କ୍ରିକେଟ ଫ୍ୟାନଙ୍କ ସହ ସର୍ମ୍ପକକୁ ନେଇ । କରାଚୀରେ ଜନ୍ମ ନେଇଥିବା ପାକିସ୍ତାନ କ୍ରିକେଟପ୍ରେମୀ ମହମ୍ମଦ ବସିରଙ୍କ ସହ ଧୋନିଙ୍କ ସର୍ମ୍ପକ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ । ଭାରତ-ପାକିସ୍ତାନ ମଧ୍ୟରେ ୨୦୧୧ ବିଶ୍ୱକପ ସେମିଫାଇନାଲ ପରଠାରୁ ଧୋନି ଓ ମହମ୍ମଦଙ୍କ ମଧ୍ୟରେ ସର୍ମ୍ପକ ଅଧିକ ଘନିଷ୍ଠ ହୋଇଛି ।

ଭାରତ-ପାକିସ୍ତାନ ପ୍ରତ୍ୟେକ ମ୍ୟାଚର ଟିକେଟ ଧୋନିଙ୍କ ଠାରୁ ପାଇଥାନ୍ତି ପାକିସ୍ତାନ କ୍ରିକେଟ ପ୍ରେମୀ ମହମ୍ମଦ ବସିର । ଏପରିକି ଆସନ୍ତା ୧୬ ତାରିଖ ମ୍ୟାଚ୍ ପାଇଁ ବସିରଙ୍କ ପାଖରେ ଟିକେଟ ନଥିବା ସତ୍ତେ୍ୱ ମଧ୍ୟ ଚିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି । ଧୋନି ହିଁ ତାଙ୍କୁ ମ୍ୟାଚ୍ ଦେଖିବା ପାଇଁ ନିଶ୍ଚିତ ଭାବେ ଟିକେଟ ଦେବେ ବୋଲି ବସିରଙ୍କ ଦୃଢବିଶ୍ୱାସ ରହିଛି । ଚିକାଗୋରୁ ମାଞ୍ଚେଷ୍ଟର ଆସିବା ପାଇଁ ଯେତିକି ଯାତ୍ରା ଖର୍ଚ୍ଚ ହେଉଛି ଏବେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମଧ୍ୟ ସେତିକି ଦରରେ ଟିକେଟ ବିକ୍ରି ହେଉଛି । କିନ୍ତୁ ଧୋନିଙ୍କ ପାଇଁ ମୋତେ ଟିକେଟକୁ ନେଇ ଚିନ୍ତା କରିବାକୁ ପଡୁନାହିଁ ।

ଟିକେଟ ପାଇଁ ଧୋନିଙ୍କୁ ଫୋନ୍ କରିବାକୁ ପଡିନଥାଏ । ସେ ବ୍ୟସ୍ତ ରହୁଥିଲେ ମଧ୍ୟ ଚିକାଗୋରୁ ଆସିବା ପୂର୍ବରୁ ହିଁ ମୋତେ ଟିକେଟ ଦେବା ନେଇ ନିଶ୍ଚିତ କରିଥାନ୍ତି । ମୋହାଲି ମ୍ୟାଚ୍ ଅଥାର୍ତ ୨୦୧୧ ସେମିଫାଇନାଲରେ ଧୋନି ମୋତେ ଟିକେଟ ଦେବା ପରେ ଏହି ସର୍ମ୍ପକ ଆରମ୍ଭ ହୋଇଥିଲା ।