ପତ୍ନୀଙ୍କ ଆଗରେ ସୁନା ପିଲା ! ସାକ୍ଷୀଙ୍କ ଇସାରାରେ ମହେନ୍ଦ୍ର ସିଂ ଧୋନୀଙ୍କ ଦମଦାର ଡ୍ୟାନସ

47

ପଡିଆରେ ଦର୍ଶକଙ୍କୁ ମନମୋହୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ନିଜ ଘରର ଏକ ବିଶେଷ ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଧୋନିଙ୍କୁ ନଚାଇଲେ ସାକ୍ଷୀ । ପତ୍ନୀଙ୍କ ଇସାରାରେ ନାଚୁଛନ୍ତି ମାହି । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।

ଯେଉଁଥିରେ ପତ୍ନୀ ସାକ୍ଷୀ ବସି ରହିଛନ୍ତି । ଆଉ ତାଙ୍କ ଇସାରାରେ ମ୍ୟୁଜିକର ତାଳେ ତାଳେ ନୃତ୍ୟ କରୁଛନ୍ତି ଧୋନି । ଏକ ହାଲକା ମୂହୁର୍ତରେ ଏମିତି ମଜା କରିଛନ୍ତି ପତି-ପତ୍ନୀ । ଏକ ଫିଲ୍ମ ଗୀତର ତାଳେ ତାଳେ ପତ୍ନୀଙ୍କ ଇସାରାରେ ଧୋନି ନାଚୁଥିବା ଦେଖାଯାଉଛି । ଆଉ ଧୋନିଙ୍କ ନାଚ ଦେଖି ଖୁବ ଜୋରରେ ସାକ୍ଷୀ ହସୁଥିବାର ଭିଡିଓ ସୋସିଆଲ ମିଡିଆରେ ଉଭୟ ଶେୟାର କରିଛନ୍ତି । ଧୋନିଙ୍କ ପ୍ରଶଂସକ ମାନେ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।

ପତି-ପତ୍ନୀଙ୍କ ଏଭଳି ଅନ୍ତରଙ୍ଗ ମୁହୂ୍ତ୍ତକୁ ଦେଖି ଫ୍ୟାନଙ୍କ ଖୁସି କହିଲେ ନସରେ । ଆଉ ପଡିଆରେ ବୋଲରଙ୍କ ନିଦ ହଜାଉଥିବା ବ୍ୟାଟସମ୍ୟାନ ବି ଟିକେ ଫାଙ୍କା ପାଇଲେ ନିଜ ପରିବାରକୁ ସମୟ ଦେଉଛନ୍ତି ।