୫୦୦ ଟଙ୍କାରୁ ଆରମ୍ଭ କରିଥିଲେ ବ୍ୟବସାୟ ଆଜି ୬୨ ହଜାର କୋଟିର ଧିରୁଭାଇଙ୍କ ବ୍ୟାପାର ! ଜାଣନ୍ତୁ କିପରି ବଢିଲା ବ୍ୟାପାର ?

121

ଧୀରଜଲାଲ୍ ହୀରାଚାନ୍ଦ ଅମ୍ବାନୀ ବା ଧିରୁଭାଇ ଅମ୍ବାନି ସାରା ଦେଶରେ ଜଣେ ପ୍ରତଷ୍ଠିତ ବ୍ୟକ୍ତି । ନିଜର ପରିଶ୍ରମ ବଳରେ ଆଜି ବାଣିଜିକ କାରବାରକୁ ବହୁ ଆଗକୁ ବଢାଇପାରିଛନ୍ତି । ୨୦୦୨ ମସିହାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା । ନିଜଘରୁ ମାତ୍ର ୫୦୦ ଟଙ୍କା ନେଇ ବେପାର କରିବେ ବୋଲି ଆସିଥିଲେ ଧିରୁଭାଇ । ପରେ ସେହି ୫୦୦ ଟଙ୍କାରେ ହିଁ ପ୍ରଥମେ ବେପାର ଆରମ୍ଭ କରିଥିଲେ । କିନ୍ତୁ ୨୦୦୨ ମସିହାରେ ଯେବେ ତାଙ୍କର ଦେହାନ୍ତ ହେଲା ସେତେ ବେଳେ ରିଲାଏନ୍ସ ୬୨ ହଜାର କୋଟିର କମ୍ପାନୀ ହୋଇସାରିଥିଲା । ଦୁନିଆରେ ଜଣେ ସଫଳ ବ୍ୟକ୍ତି ହିସାବରେ ସମସ୍ତେ ତାଙ୍କୁ ଜାଣନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ କେବେ ବି ୧୦ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ନାହିଁ ।

ସେ ଏକ ସଭାରେ କହିଥିଲେ ଯେ “ ଯେଉଁମାନେ କୁହନ୍ତି ଆମେ ମାନେ ୧୨ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛୁ ସେମାନେ କାମରେ ପୂରା କମ୍ ଜୋର କିମ୍ବା ସେହି ଗୋଟିଏ କାମକୁ ଅଧିକ ସମୟ କରିବାରେ ଅଭ୍ୟସ୍ତ” । ଏକ ରିପୋର୍ଟରୁ ଜଣାଯାଇଛି ଯେ, ସେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ନିଜର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିଜର ବଡି ମସାଜ୍ କରିସାରିଲା ପରେ ସିଧା ତାଙ୍କ ଘରକୁ ଯାଆନ୍ତି । ଧିରୁଭାଇଙ୍କୁ ପାର୍ଟି, ଟ୍ରାଭେଲ୍ସ କିମ୍ବା ବିଦେଶ ଯାତ୍ରା ପସନ୍ଦ ନଥିଲା । ତେଣୁ ସେ କମ୍ପାନୀ କାମରେ ନିଜର ଅଧିକାରୀଙ୍କୁ ହିଁ ବିଦେଶ ପଠାଉଥିଲେ । ଧିରୁ ଭାଇଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୨ ମସିହାରେ ଗୁଜୁରାଟରେ ହିଁ ହୋଇଥିବା ଜଣାଯାଏ । ସେ  ୧୭ ବର୍ଷ ସମୟରେ ୟୁମାନ୍ରେ ଏକ କପଡା ମିଲରେ କାମ କରିୁଥିଲେ ଓ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।

ପରେ ସେ ଯେତେବେଳେ ମୁମ୍ବାଇରେ ପହଞ୍ଚିଲେ ସେତେବେଳେ ୩୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏକ କେଠା ଘରେ ନିଜର ସହେଯାଗୀମାନଙ୍କ ସହ ରହିଲେ । ପରେ ବେପାରକୁ କିପରି ଭାବରେ ବଢାଇବେ ସେହିଥିରେ ହିଁ ମନ ନିବେଶ କଲେ । ଏହାପରେ ପଛକୁ କେବେ ବି ଆଉ ଫେରି ଦେଖିନଥିଲେ । କେବଳ ରିଲାନ୍ସ ନୁହେଁ ଅନେକ କ୍ଷେତ୍ରରେ ସେ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିପାରିଛନ୍ତି ।