ମହାନଦୀ ପ୍ରସଙ୍ଗରେ ବିଜେଡିର ସମାଲୋଚନାର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ କରି ଶାସକ ଦଳ ବିଜେଡି ତାଙ୍କୁ କରିଥିବା ସମାଲୋଚନାର କଡା ଜବାବ ରଖିଛନ୍ତି ସେ । ପ୍ରଶାସନରେ କୁସ୍ତି ହୁଏନାହିଁ, ଓଡିଶା ପ୍ରତି ଆନ୍ତରିକତା ଥିଲେ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀ ଦରବାରରେ ଦମ ଦେଖାନ୍ତୁ ବୋଲି କହିଥିଲା ବିଜେଡି । ଏହାର ଜବାବରେ ଧର୍ମେନ୍ଦ୍ର କହିଛନ୍ତି ଦମ୍ଭ, ଅହଂକାର ବିଜେଡି ଦେଖାଏ । ସେହିପରି ସିଡବ୍ଲୁସିକୁ ଦନ୍ତହୀନ ସଂସ୍ଥା ବୋଲି କହିଛନ୍ତି ସେ । ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟ ରାଜ୍ୟ ଭିତରେ ବିବାଦର ସମାଧାନ ସିଡବ୍ଲୁସି କରିପାରେ ନାହିଁ । ତେଣୁ ଏହାର ନ୍ୟାୟିକ ଲଢେଇ ଲଢିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କଣ କହିଛନ୍ତି ଦେଖିବା ଏହି ଭିଡିଓରେ :