କନକ ନ୍ୟୁଜର ଅପରେସନ ବ୍ଲାକ ସ୍ପଟ୍ : ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

31

କନକ ବ୍ୟୁରୋ : ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟିକରଣ ରଖନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । କନକ ନ୍ୟୁଜର ଅପରେସନ ବ୍ଲାକ ସ୍ପଟ୍ ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କିପରି ଶିଳ୍ପକୁ ସହାୟତା ଦେବା ଲାଗି ବିଜେଡ଼ି ବିଧାୟକ ଅସାଧୁ ଡିଲ କରୁଥିଲେ ତାହାର ପର୍ଦ୍ଦାଫାଶ କରିଥିଲା କନକ ନ୍ୟୁଜ ।ଏଇ ଡିଲ ଧରାପଡିଥିଲା କ୍ୟାମେରାରେ । କେନ୍ଦ୍ରମନ୍ତ୍ରୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶାବାସୀ ଶାସକ ଦଳକୁ ଏହାର ଜବାବ ଦେବେ । ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :