ଧର୍ମେନ୍ଦ୍ର କଲେ ନବୀନଙ୍କୁ ପ୍ରଶଂସା : କହିଲେ, ନବୀନବାବୁଙ୍କ ଜୀବନଶୈଳୀ ମତେ ପ୍ରେରଣା ଦିଏ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନବାବୁ ସରଳ ଜୀବନଯାପନ କରନ୍ତି । ନବୀନବାବୁଙ୍କ ଜୀବନଶୈଳୀ ମତେ ପ୍ରେରଣା ଦିଏ । ସେ ବସ୍ତୁବାଦୀ ନୁହଁନ୍ତି, କୌଣସି ଜିନିଷରେ ତାଙ୍କର ଆକର୍ଷଣ ନାହିଁ,ଏପରି ଭାଷାରେ ନବୀନଙ୍କ ପ୍ରଶଂସା ତାଙ୍କ ଦଳର କୌଣସି ଅନୁଗତ କରିନାହାଁନ୍ତି । ଏପରି ଭାଷା ପ୍ରୟୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଧର୍ମେନ୍ଦ୍ର । ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସାହିତ୍ୟ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି ।