କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ଓଡିଶା ପୁଲିସର ସୁରକ୍ଷା : ବି.ଏସ.ଏଫ ଯବାନଙ୍କ ସୁରକ୍ଷାରେ ପ୍ରଭାବିତ ଅଂଚଳକୁ ଗଲେ ମନ୍ତ୍ରୀ

72

ମାଲକାନଗିରି : ମୃତ୍ୟୁର ଉପତ୍ୟାକା ପାଲଟିଥିବା ମାଲକାନଗିରିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଂଚି ସ୍ଥିତିର ସମୀକ୍ଷା କରୁଛନ୍ତି । ଜାପାନୀ ଜ୍ୱରରେ ଜର୍ଜରିତ ଗାଁରେ ସ୍ଥିତି ଅନୁଧ୍ୟାନ କରିବେ ବିଜେପିର ୫ ଜଣିଆ ଟିମ୍ । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ମାଲକାନଗିରି ପୁଲିସ ସୁରକ୍ଷା ଦେଇନଥିବା ଅଭିଯୋଗ କରିଛି ବିଜେପି ।

ପୁଲିସ ସୁରକ୍ଷା ନେଦବାରୁ ବି.ଏସ.ଏଫ ଯବାନଙ୍କ ସୁରକ୍ଷାରେ ପାଲକୋଣ୍ଡା ଯାଇଛନ୍ତି ବିଜେପି ଟିମ୍ । ବୁଲେଟପୃଫ ଜ୍ୟାକେଟ ପିନ୍ଧି ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମାନେ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି ।
ଏହି ଟିମ୍ ଜାପାନୀ ଜ୍ୱରରେ ଆକ୍ରାନ୍ତଙ୍କୁ ଭେଟିବା ସହ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।