ଢେଙ୍କାନାଳରେ କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ହତ୍ୟା ! ପରିବାର କଳହକୁ କେନ୍ଦ୍ରକରି ହତ୍ୟା ହୋଇଥିବା ସନ୍ଦେହ ।

39

ଢେଙ୍କାନାଳରେ କାଠଫାଳିଆରେ ପିଟି ଯୁବକଙ୍କୁ ହତ୍ୟା । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଅତି ନୃଶଂସ ଭାବେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ହତ୍ୟାର କାରଣ ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପହଁଛି ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ମୃତକ ଜଣକ ହେଲେ ପ୍ରଦୀପ ମଲ୍ଲିକ । ଗତକାଲି ରାତିରେ ୪ଜଣ ଦୁର୍ବୁର୍ତ ବାଇକରେ ଆସି ପ୍ରଦୀପଙ୍କ ଉପରେ କାଠଫାଳିଆରେ ଆକ୍ରମଣ କରିଥିବା କୁହାଯାଉଛି । ଅନ୍ୟପଟେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମଧ୍ୟ କୁହାଯାଉଛି । ପୁଲିସ ପ୍ରଦୀପଙ୍କ ଭାଇ ଓ ଭାଉଜଙ୍କୁ ପଚରାଉଚରା ଚଳାଇଛି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ସଦରଥାନା ଅର୍ନ୍ତଗତ ଗୋବିନ୍ଦପୁର ଛକ ନିକଟରେ ଥିବା ଏକ ସାହିରେ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ବାସ୍ତବ କାରଣ ଜଣା ନ ପଡ଼ିଥିଲେ ମଧ୍ୟ ଏହା ଏକ ପାରିବାରିକ କଳହଜନିତ ବୋଲି ଅନୁମାନ କରାଯାଉଛି। ମୃତ ପ୍ରଦୀପ ମଲ୍ଲିକଙ୍କ ଭାଇ ତଦନ୍ତକାରୀ ପୁଲିସଙ୍କୁ ଦେଇଥିବା ବୟାନରେ କହିଛନ୍ତି କି, ଚାରି ଜଣ ଦୁର୍ବୃତ୍ତ ଗୋଟାଏ ବାଇକ୍ରେ ଆସି ପ୍ରଦୀପଙ୍କୁ ପିଟି ପିଟି ମାରି ପକାଇଛନ୍ତି। କିନ୍ତୁ, ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ଗୋବିନ୍ଦପୁର ଫାଣ୍ଡି ପୁଲିସ ପ୍ରଦୀପଙ୍କ ଭାଇ ଓ ଭାଉଜଙ୍କୁ ଅଟକ ରଖି ପଚରା ଉଚୁରା କରୁଛି

ରାଜ୍ୟରେ ଦିନକୁ ଦିନ ଅପରାଧ ବଢି ଚାଲିଛି । ଏହାର କାରଣ ହେଉଛି ବିନା କାରଣରେ ହତ୍ୟା । ଛୋଟ ଛୋଟ କଥାକୁ କେନ୍ଦ୍ର କରି ଲୋକମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି । ଏଭଳି ଅପରାଧକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷପ ନିଆଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଥିବା ହିଂସାତ୍ମକ ଭାବ ଏଭଳି ଲୋମହର୍ଷମକାରୀ ଘଟଣା ଘଟାଉଛି ।