ଢେଙ୍କାନାଳରେ ପାଣି ପାଇଁ ହାହାକାର

21

ଢେଙ୍କାନାଳ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଜଳାଶୟ ଗୁଡିକ ଶୁଖିଲା ପଡିଛି । ପାଣି ଟୋପାଏ ନ ପାଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଏଭଳି ସଂକଟଜନକ ସ୍ଥିତିରେ ଢେଙ୍କାନାଳର ଏକ ଗାଁରେ କିଛି ଦୃବୁର୍ତଙ୍କ ଅସାମାଜିକ କାର୍ଯ୍ୟ, ଉକ୍ତଟ କରିଦେଇଛି ସମସ୍ୟାକୁ । ଗାଁର ଏକ କୂଅରେ, କିରୋସିନ ଢାଳି ଦେଇଥିବାରୁ ତାହା ଉପରେ ନିର୍ଭର କରୁଥିବା ପାଖାପାଖି ୨୦୦୦ ଲୋକ ପାଣି ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରିଛନ୍ତି ।