କଳାକନା ବୁଲାଇଲେ ଦୁର୍ବୃତ୍ତ: ମାରଣାନ୍ତ୍ର ଦେଖାଇ ୨ ଘଂଟା ଧରି ଘର ଭିତରେ ଚଳାଇଲେ ଲୁଟପାଟ୍

ନଗଦ ସାଢ଼େ ୩ଲକ୍ଷ ଟଙ୍କା ସହିତ ୧୩ ଭରି ସୁନା ଲୁଟି ନେଲେ ଡ଼କାୟତ

163

କନକ ବ୍ୟୁରୋ: ବନ୍ଧୁକ, ଭୁଜାଲି ଦେଖାଇ ଡ଼କାୟତି । ମୁଖାପିନ୍ଧା ଡକାୟତମାନେ ୨ ଘଂଟା ଧରି ଘର ଭିତରରେ ଚଳାଇଲେ ଲୁଟ୍ । ଘରୁ ନଗଦ ସାଢ଼େ ୩ଲକ୍ଷ ଟଙ୍କା ସହିତ ୧୩ ଭରି ସୁନା ଲୁଟି ନେଲେ ଡ଼କାୟତ । ଢ଼େଙ୍କାନାଳ ଜିଲ୍ଲା ତୁମୁସିଂଗା ଥାନା ପଣ୍ଡୁଆ ଛକରେ ଥିବା ମନୋଜ ସାହୁଙ୍କ ଘରେ ଗତକାଲି ରାତିରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ୫ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଘରେ ଡ଼କାୟତି କରିବା ସହ ମନୋଜଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଡ଼କାୟତଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ମନୋଜ । ଲୁଟ ପରେ ଘର ଲୋକଙ୍କୁ ବାହାରପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ସହ ସାଇଂଟିଫିକ ଟିମ୍ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।