ଢେଙ୍କାନାଳରେ ଉପଜିଲ୍ଲାପାଳଙ୍କୁ ଗାଇଆଳଙ୍କ ମାଡ଼ ! ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି

35

କନକ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗରରେ ଅଭାବନୀୟ ଘଟଣା । ଗେଙ୍ଗୁଟିଆରେ ଉପଜିଲ୍ଲାପାଳଙ୍କୁ ନିସ୍ତୁକ ପିଟିଛନ୍ତି ଗାଇଆଳ । ଗାଇଆଳଙ୍କ ମାଡରେ ଆହତ ହୋଇ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ଉପଜିଲ୍ଲାପାଳ କଳ୍ପତରୁ ବେହେରା । ଏହାସହ ଏହି ଆକ୍ରମଣରେ ତହସିଲଦାର ଓ ଯୋଗାଣ ନିରିକ୍ଷକ ଆହତ ହୋଇଥିବା ବେଳେ କାମାକ୍ଷାନଗର ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।