ଢେଙ୍କାନାଳ ସେବାଶ୍ରମରେ ଯୌନ ଶୋଷଣ ଅଭିଯୋଗ ମାମଲା : ଶାଖା ପରିଚାଳକ ସୀମାଂଚଳ ନାଏକ ଅଟକ

ଜିଲ୍ଲା ଶିଶୁ ଅଧିକାରୀଙ୍କ ଏତାଲା ଆଧାରରେ ପୋଲିସର କାର୍ଯ୍ୟାନୁଷ୍ଠାନ

69

କନକ ବ୍ୟୁରୋ : ଢେଙ୍କାନାଳର ସେଲଟର ହୋମରେ ଶାରୀରିକ ଶୋଷଣ ଅଭିଯୋଗରେ ପୋଲିସର କାର୍ଯ୍ୟାନୁଷ୍ଠାନ । କନକ ନ୍ୟୁଜରେ ଘନଘନ ଖବର ପ୍ରସାରଣ ପରେ କ୍ରିୟାଶିଳ ହେଲା ପ୍ରଶାସନ । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଅଟକ ରଖିଛି ଢେଙ୍କାନାଳ ପୋଲିସ । ସେପଟେ ହୋଇଥିବା ଅଭିଯୋଗର ତଦନ୍ତ କରୁଛି ୫ ଜଣିଆ ଟିମ । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନାବାଳିକାଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି ।

ଘଟଣା ପଦାକୁ ଆସିବା ପରେ ଏହି ଅଭିଯୋଗ କରିଥିବା ଦୁଇ ପିଲାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ପଠାଇ ଦିଆଯାଇଥବା ସୂଚନା ମିଳିଛି । ଏହାସହ ଘଟଣା ସର୍ମ୍ପକରେ ସଂସ୍ଥାର ଏକ ଇଂଟରନାଲ ମେଲ କନକ ନ୍ୟୁଜର ହସ୍ତଗତ ହୋଇଛି । ଭୁବନେଶ୍ୱରରେ ଥିବା ସଂସ୍ଥାର ହେଡ ଅଫିସରୁ ସେଲଟର ହୋମ ପରିଚାଳକଙ୍କୁ ଏହି ମେଲ ପଠାଯାଇଛି । ଯେଉଁଥିରେ ଘଟଣା ସମ୍ପର୍କରେ ପିଲାମାନେ କଣ କହିବେ ସେ ନେଇ ନିର୍ଦ୍ଦେଶ ଦିଆଯାଇଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କୁ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା ।