ମୃତ୍ୟୁ ସହ ସଂଗ୍ରାମ : ଢେଙ୍କାନାଳ ଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ

23

ଢେଙ୍କାନାଳ : ଦିନକୁ ଦିନ ବିଗିଡିବାରେ ଲାଗିଛି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା । ନିସ୍ତେଜ ହୋଇ ଦୁଇଦିନ ଜଙ୍ଗଲରେ ପଡି ରହିବା ପରେ ଉଦ୍ଧାର ପାଇଥିଲେ ସେ । ହେଲେ ଏବେ ପୁଣି ନିସ୍ତେଜ ଅବସ୍ଥାରେ । କାରଣ ତାଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ । ଦେହରେ ବି କଟା ଚିହ୍ନ ରହିଛି । ଏସସିବି ମେଡିକାଲ କଲେଜରେ ଚାଲିଛି ଚିକିତ୍ସା । ସେପଟେ ପୀଡିତାଙ୍କ ବାପା ଆଣିଛନ୍ତି ସଂଗୀନ୍ ଅଭିଯୋଗ । ଝିଅକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାକୁ ବିଷ ଦେଇ ମାରି ଦେବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଅସହାୟ ବାପା କହିଛନ୍ତି , ବଦନାମ୍ ଝିଅକୁନେଇ ବଂଚିବା ମୁସ୍କିଲ୍ ହୋଇଯିବ ।

ପ୍ରେମିକା ଠାରୁ କଣ ଚାହୁଁଥିଲା ପ୍ରେମିକ । କାହିଁକି ଚାହିଁଥିଲା ଜୀବନରେ ମାରି ଦେବାକୁ । ଏ ପ୍ରଶ୍ନର ଉତ୍ତର ଖୋଜୁଛି ଢେଙ୍କାନାଳ ପୁଲିସ୍ । ସେଦିନ ସନ୍ଧ୍ୟାରେ ଘଟଣାସ୍ଥଳରୁ ଶାସନ ଛକ ପର୍ଯ୍ୟନ୍ତ ଅଭିଯୁକ୍ତ ଶିବାଶିଷକୁ ନିଜ ବାଇକରେ ବସାଇ ଆଣିଥିବା ତା ସାଙ୍ଗ ବୁନୁ ମହାନ୍ତିକୁ ପୁଲିସ୍ ଧରିଛି । ତାକୁ ଥାନାରେ ଅଟକ ରଖି ପୁରା ଘଟଣା ସଂପର୍କରେ ଖୋଳତାଡ କରୁଛି । ସେପଟେ ପୀଡିତାଙ୍କୁ ଭେଟିବାକୁ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ପହଂଚିଥିଲା କଟକ ଏସସିବିରେ ।

ସୋମବାର ନିଜ ପ୍ରେମିକାକୁ ଦୁଷ୍କର୍ମ କରି ଜଙ୍ଗଲରେ ଫୋପାଡି ଦେଇଥିଲା ଅଭିଯୁକ୍ତ ପ୍ରେମିକ ଶିବାଶିଷ ମହାନ୍ତି । ଘଟଣାର ଦୁଇଦିନ ପରେ ଅଚେତ୍ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରାଯାଇଥିଲା ଜଙ୍ଗଲ ଭିତରୁ ।

ଏହାସହ ଦେଖନ୍ତୁ ଏହି ଭିଡିଓ –