ଆଉ ଜଣେ ନିର୍ଭୟା ! ଢେଙ୍କାନାଳରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା

51

କନକ ବ୍ୟୁରୋ : ଦିଲ୍ଲୀ ନିର୍ଭୟାକାଣ୍ଡକୁ ବଳି ଯାଇଛି ଢ଼େଙ୍କାନାଳ ଗଣଦୁଷ୍କର୍ମ ଘଟଣା । ଜଣେ ଅସହାୟ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତ୍ୟନ୍ତ ବିଭତ୍ସ ଭାବରେ ମହିଳାଙ୍କ ଯୌନାଙ୍ଗରେ ଲୁହାଶାବଳ ମାରିଛନ୍ତି ମଣିଷ ରୁପୀ ଚାରି ଜଣ ରାକ୍ଷାସ । ଆଉ ଏହି ଅମାବନୀୟକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ମହିଳାଙ୍କ ଝିଆରୀ ଜ୍ୱାଇଁ । ଝିଆରୀ ଜ୍ୱାଇଁ ହରି ପାତ୍ରଙ୍କ ସମେତ ଆନନ୍ଦପାତ୍ର ରଘୁ ଲୋହାର ଏବଂ ସୁଦର୍ଶନ ଲୋହାରଙ୍କୁ ଆଜି ଗରିଫ କରିଛି ପୁଲିସ୍ ।

ସୂଚନା ଅନୁସାରେ ୧୨ ତାରିଖ ସୋମବାର ମହିଳା ଜଣକ ଘରେ ଏକୁଟିଆ ଥିବା ବେଳେ ଅଚାନକ୍ ଘରେ ପଶିଥିଲେ ମହିଳାଙ୍କ ଝିଆରୀ ଜ୍ୱାଇଁ । ସାଥିରେ ଥିଲେ ଆଉ ୩ଜଣ । ଆଉ ଅସହାୟ ବିଧବା ମହିଳାଙ୍କୁ ଏକୁଟିଆ ପାଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏତିକିରେ ସରିନଥିଲା ବିଭତ୍ସତା । ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ଲୁହାଶାବଳ ମାରି ଅତି ଜଘନ୍ୟ ଭାବରେ ହତ୍ୟା କରିଥିଲେ ।

ଏହି ଘଟଣାର ମୁଳକୁ ଯିବା ପାଇଁ ପୁଲିସ୍ ଖୋଳତାଡ ଆରମ୍ଭ କରିଥିବା ଥିବାବେଳେ ଆଜି ଘଟଣାସ୍ଥଳରେ ପହଂଚିଛନ୍ତି ବିଜେପି ଏବଂ କଂଗ୍ରେସର ମହିଳା ମୋର୍ଚ୍ଚା । ଅଭିଯୁକ୍ତଙ୍କୁ କୋଠରରୁ ଅତି କୋଠର ଦଣ୍ଡ ବିଧାନ ପାଇଁ ଦାବି କରିବା ସହ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ।

ଢ଼େଙ୍କାନାଳ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ସାରା ଓଡ଼ିଶାକୁ ଦୋହଳାଇ ଦେଇଛି । ମହିଳା ସୁରକ୍ଷାର ବଡ ବଡ ସ୍ଲୋଗାନ ଦେଉଥିବା ରାଜ୍ୟ ସରକାରଙ୍କ ଆଇନ୍ ଶୃଙ୍ଖଳା ନେଇ ମଧ୍ୟ ଉଠିଛି ବଡ ପ୍ରଶ୍ନବାଚୀ ।