ଜନ୍ମରୁ ନଷ୍ଟ ହୋଇଯାଇଥିଲା ଦୁଇ ପାଦ ! ମୃଦୁ ପାନୀୟ ବୋତଲ ଦ୍ୱାରା କୃତ୍ରିମ ଗୋଡ଼ ତିଆରି କରିଛନ୍ତି ଢ଼େଙ୍କାନାଳର ମଧୁ ଚାତାର, ଆଜିଯାଏ ମିଳିପାରିନି ସରକାରୀ ସହାୟତା

50

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି ତାହା ସମସ୍ତେ ଜାଣିଥିବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ୟ୍ୟକାରୀ ହେଉନି । ସରକାର ଆଦିବାସୀ ତଥା ଜଣେ ଦିବ୍ୟାଙ୍ଗ ପିଲା ପାଇଁ କେତେ ଯତ୍ନଶୀଳ ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଢ଼େଙ୍କାନାଳ ଜିଲ୍ଲାର ଜଣେ ଶିଶୁ ଜନ୍ମରୁ ହରାଇଛନ୍ତି ଦୁଇଟି ଯାକ ପାଦ ।

ଢେକାଂନାଳ ଜିଲ୍ଲା ପରଜଂଗ ବ୍ଲକ ଦୋମୁହାଁଣି ଗାଁର ମଧୁ ଚାତାର । ୭ ବର୍ଷର କୁନି ଶିଶୁ ମଧୁଙ୍କର ୨ଟି ପାଦ ନାହିଁ । କିନ୍ତୁ ଏତେ ଛୋଟ ବୟସରୁ ମଧ୍ୟ ହାରି ନଯାଇ ନାହାନ୍ତି ମଧୁ । କାହା ଉପରେ ନିର୍ଭଶୀଳ ନହୋଇ ନିଜ ଉଦ୍ୟମରେ ଥଣ୍ଡା ପାନୀୟ ବୋତଲ ଦ୍ୱାରା ତିଆରି କରିଛନ୍ତି କୃତ୍ରିମ ଗୋଡ଼ । ଆଉ କୃତ୍ରିମ ଗୋଡ଼କୁ ପାଥେୟ କରି ବଣ ଜଂଗଲ ନାଳ ପାର ହୋଇ ଯାଉଛି ପାଠ ପଢିବାକୁ । ୭ ବର୍ଷର ଆଦିବାସୀ ତଥା ଦିବ୍ୟାଙ୍ଗ ବାଳକ ଯାହାର ୨ଟି ଯାକ ପାଦ ଜନ୍ମ ହେବାର ୨୧ ଦିନରେ ଆକସ୍ମିକ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା ପାଦ ନଥାଇ ମଧ୍ୟ ସେ ନିଜ ବୁଦ୍ଧିରେ ତିଆରି କରଛନ୍ତିି କୃତ୍ରିମ ଗୋଡ । ଥଣ୍ଡା ମୃଦ୍ୟୁ ପାନୀୟ ବୋତଲକୁ ନିଜର ଗୋଡ ରୂପେ ବ୍ୟବହାର କରି ଦୀର୍ଘ ୩ କିମି ବଣ-ଜଂଗଲ ପଥୁରିଆ ରାସ୍ତା ଏବଂ ବିପଦପ୍ରୂ୍ଣ ନାଳକୁ ପାର ହୋଇ ଯାଉଛି । ପାଠ ପଢାରେ ମଧୁକୁ ବିଦ୍ୟାଳୟର ଆଦର୍ଶ ଛାତ୍ରର ମାନ୍ୟତା ମଧ୍ୟ ମିଳିଛି । ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଆଜି ପର୍ଯ୍ୟନ୍ତ ମଧୁକୁ ମିଳିପାରିଲା ନାହିଁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ନା କୌଣସି ସରକାରୀ ସହାୟତା ।