ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା : ବର୍ଷା ହେଲେ ରାଜରାସ୍ତାରେ କୃତିମ ବନ୍ୟାର ଭ୍ରମ

76

ପୈାରସଂସ୍ଥା ଅଚଳ ହେଲେ ମଧ୍ୟ ଲୋକେ କିପରି ଦୁର୍ଦ୍ଦଶା ଭୋଗନ୍ତି, ତାହା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ବର୍ଷା ହେଲେ ରାସ୍ତାରେ କୃତିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ଡ୍ରେନ ସଫା ହେଉ ନାହିଁ । ରାସ୍ତା ସବୁ ଖାଲ ଖମାରେ ଭର୍ତି ହୋଇଗଲାଣି । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୁହାଯାଉଛି ପୌର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ସହରରେ ଏସବୁ ଅସୁବିଧା ଦେଖା ଦେଉଛି । ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଏହାର ସିଧା ପ୍ରଭାବ ପଡିଛି ସହରର ସଫା ସୁତୁରା ଉପରେ ।

ଗତ ୬ମାସ ହେବ ମ୍ୟୁନିସିପାଲିଟିର ସଫାସୁତୁରା କାମ ଧିମେଇ ଯାଇଛି । ବର୍ଷା ହେଲେ ସହରର ବିଭିନ୍ନ ରାସ୍ତାରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଡ୍ରେନର ଆବର୍ଜନା ପାଣି ରାସ୍ତା ଉପର ଦେଇ ଘରେ ଘରେ ପଶୁଛି । ବର୍ଷା ହେଲେ ରାସ୍ତା,ଡ୍ରେନ ଏକାକାର ହୋଇ ଯାଉଥିବାରୁ ଦୁର୍ଘଟଣା ବି ଘଟୁଛି । ଦିନ ଦିନ ଧରି ଜମି ରହିଥିବା ଅପରିଷ୍କାର ବର୍ଷା ଜଳ ନିଷ୍କାସନ ହେଉନଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗ ହେବାର ଆଶଙ୍କା ରହିଛି । ମୁଖ୍ୟ ଡ୍ରେନଗୁଡିକୁ ସଫା କରିବାଲାଗି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ କିଛି ସୁଫଳ ମିଳୁ ନାହିଁ । ଦିନ ଦିନ ଧରି ଜମି ରହିଥିବା ଅପରିଷ୍କାର ବର୍ଷା ଜଳ ନିଷ୍କାସନ ହେଉନଥିବାରୁ ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗ ହେବାର ଆଶଙ୍କା ରହିଛି । ସହରର ରାସ୍ତାଗୁଡିକ ଖାଲଖମାରେ ଭରିଗଲାଣି । ପୌରପରିଷଦ ତରଫରୁ ରକ୍ଷଣାବେକ୍ଷଣ ଅଭାବ ସହ ପରିଷ୍କାର ପରିଛନ୍ନତାର ଅଭାବ ଏବେ ସହରବାସୀଙ୍କୁ ମହଙ୍ଗା ପଡିଛି । ଦେଖନ୍ତୁ ଢେଙ୍କାନାଳ ସହରର ଅବସ୍ଥା ଏହି ଭିଡିଓରେ :