ଢ଼େଙ୍କାନାଳ : ସବ୍ ଇନପେକ୍ଟରଙ୍କୁ ଥାନା ଆଇଆଇସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମୁଥ ମାରିଥିବା ଅଭିଯୋଗ

33

କନକ ବ୍ୟୁରୋ : ଥାନାବାବୁଙ୍କ ଗୁଣ୍ଡାଗିରି । ପୋଲିସକୁ ମାରିଲେ ପୋଲିସ୍ । ଜଣେ ସବ୍ ଇନପେକ୍ଟରଙ୍କୁ ଥାନା ଆଇଆଇସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମୁଥ ମାରିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଢ଼େଙ୍କାନାଳ ଟାଉନ୍ ଥାନାର ଆଇଆଇସି ଅଭିନବ ଡାଳୁଆଙ୍କ ବିରୋଧରେ । ସେହି ଥାନାରେ କାର୍ଯ୍ୟରତ ଥିବା ସିନିୟର ସବ୍-ଇନପେକ୍ଟର ବିଜୟ କୁମାର ଶତପଥୀ ଏହି ଅଭିଯୋଗ ଆଣିଛନ୍ତି ।

ଏନେଇ ବିଜୟ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି ଘଟଣାର ତଦନ୍ତ କରିବା ପାଇଁ ଜଣେ ଡିଏସପିଙ୍କୁ ଦାୟିତ୍ୱ ଦେଇଛନ୍ତି । ତେବେ ଥାନା ଅଧିକାରୀ କହିଛନ୍ତି ବିଜୟ ରାତ୍ରି ପେଟ୍ରୋଲିଂ ଡ୍ୟୁଟି ଖିଲାପ କରିଥିଲେ । ତାଙ୍କୁ ଏହାର କାରଣ ପଚରା ଯିବାରୁ ସେ ଏଭଳି ମିଛ ଅଭିଯୋଗ ଆଣିଛନ୍ତି । ବିଭାଗୀୟ ତଦନ୍ତ ହେଲେ ସତ ପଦାକୁ ଆସିବ ।

ଦେଖନ୍ତୁ ଏହି ଭିଡିଓ :