ଢେଙ୍କାନାଳ ଭୁବନରେ ଉତ୍ତେଜନା : ବଳଦ ଯାତ୍ରା ସମୟରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ପରେ ପରସ୍ପର ଉପରେ ପଥର ମାଡ

41

କନକ ବ୍ୟୁରୋ : ଢେଙ୍କାନାଳର ଭୁବନରେ ଉତ୍ତେଜନା । ଭୁବନରେ ବଳଦ ଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମାରପିଟ ହେବା ସହ ପରସ୍ପର ଉପରେ ପଥର ମାଡ କରିଛନ୍ତି । ଆଜି ଭୋର ସମୟରେ ଦୁଇ ସାହି ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥର ମାଡି କରିଥିବା ଦେଖିବାକୁ ମିଳିଛି ।

ଉପସ୍ଥିତ ପୁଲିସ ମୃଦୁ ଲାଠି ଚାଳନା କରି ସ୍ଥିତି ଅଣାୟତ ହେବା ପୂର୍ବରୁ ନିୟନ୍ତ୍ରଣ କରିଥିଲା । ଏବେ ଭୁବନରେ ଚାପା ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ମେଢ ଗୁଡିକ ଶୋଭାଯାତ୍ରାରେ ଯିବାବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ପରସ୍ପର ଉପରେ ଆକ୍ରମଣ କରିଥିଲେ ଦୁଇ ସାହିର ଉତ୍ୟକ୍ତ ଯୁବକ ।