ପ୍ରେମିକା ସାଜିଲା ପୀଡିତା ! ଦୁଷ୍କର୍ମ କରି ଜଙ୍ଗଲରେ ଛାଡି ଫେରାର୍ ପ୍ରେମିକ

54

ଢେଙ୍କାନାଳ : ପ୍ରେମିକାକୁ ଚାକିରୀ ଦେବା ନାଁରେ ଘରୁ ଡାକି ଆଣି ପ୍ରେମିକ କଲା ଦୁଷ୍କର୍ମ । କେବଳ ସେତିକି ନୁହେଁ ଜଙ୍ଗଲରେ ଛାଡି ଦେଇଗଲା ଅଚେତ ପ୍ରେମିକାକୁ । ଶାଳବଣରେ ସରିଗଲା ଇଜ୍ଜତ । ପ୍ରେମିକ ସାଜିଲା ରାକ୍ଷାସ । ହେଲେ ମରଣ ମୁହଁରୁ ଫେରି ଆସିଲା ଜୀବନ । ଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣଙ୍କ ଦେହ ଶିହରୀ ଉଠିବ । ଏ ଏମିତି ଏକ ଘଟଣା ଯାହା ଶୁଣିଲେ ପ୍ରେମ ଶବ୍ଦକୁ ଆପଣ ଘୃଣା କରିବେ ।

vlcsnap-2016-12-07-21h29m24s083ଢେଙ୍କାନାଳର ପ୍ରେମିକା , ଯିଏ ପାଖ ଗାଁର ପ୍ରେମିକ ଠାରୁ ପାଇଥିଲା ଚାକିରିର ପ୍ରତିସୃତି । ଆଉ ବିଶ୍ୱାସରେ ଘରୁ ଛାଡି ଚାଲି ଆସିଥିଲା ସହରକୁ । ହେଲେ ଜାଣି ନଥିଲା ପରିଚିତ ପ୍ରେମିକ ପାଲଟିଯିବ ଅପରିଚିତ ରାକ୍ଷାସ । ଜାଣି ନଥିଲା ତାଙ୍କୁ ଖିନଭିନ୍ କରି ଛାଡି ଦେବ ଜଙ୍ଗଲ ଭିତରେ ।

ଢେଙ୍କାନାଳ ବାଇପାସ୍ ନିକଟ ଜଙ୍ଗଲରେ ସୋମବାର ହୋଇଥିଲା ବିଶ୍ୱାସର ଲୁଟ । ବାରମ୍ବାର ଦୃଷ୍କର୍ମ ପରେ ନାଗେନା ଗାଁର ଶିବାଶିଷ ମହାନ୍ତି ପ୍ରେମିକାକୁ ପୀଡିତା କରି ଫୋଫାଡି ଦେଇଥିଲା ଏହି ଜଙ୍ଗଲରେ । ଦୁଇ ରାତି ଅଚେତ ହୋଇ ପଡିବା ପରେ ପୀଡିତା ଖୋଲିଥିଲା ଆଖି । ଆଉ ତାପରେ ମରଣ ମୁହଁରୁ ଫେରିଥିଲେ ଜୀବନ ।

ଏବେ ଢେଙ୍କାନାଳ ହସପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ନାଗେନା ଗାଁରୁ ଗିରଫ୍ ହୋଇଛି ଅଭିଯୁକ୍ତ ଶିବାଶିଷ ।