ଢେଙ୍କାନାଳ : ଗଣମାଧ୍ୟମରେ ଯୁବତୀ ଚାଲାଣ ନେଇ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା, ଦଲାଲଙ୍କ ବିରୋଧରେ ମାମଲା ରୁଜୁ

43

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କକଂଡାହାଡ ବ୍ଲକରୁ ବେଆଇନ ଯୁବତୀ-ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇଉଠିଛି । ଚାଲାଣରେ ସମ୍ପୃକ୍ତ ଥିବା ଦଲାଲଙ୍କ ବିରୋଧରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ଦଲାଲଙ୍କୁ ଗିରଫ କରିବା ପାଇଁ ଜୋରଦାର ଅଭିଯାନ ଚଳାଇଛି ପୁଲିସ୍ ।

ସେପଟେ ଦିଲ୍ଲୀ, ଗୁରଗାଓଁ, ନୋଇଡା, ଆଗ୍ରା , ଫରିଦାବାଦରୁ ୬ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ସେମାନଙ୍କୁ ସରକାରଙ୍କ ରୁରାଲ ଏମପରୱାରମେଂଟ ସ୍କିମରେ ସ୍ୱାବଲମ୍ବୀ କରାଯିବ ବୋଲି ବିଡିଓ କହିଛନ୍ତି । ଅନ୍ୟପଟେ ଆନ୍ତିର୍ଜାତିକ ମାନବାଧୀକାର କାଉନସିଲର ସଦସ୍ୟ କଙ୍କଡାହାଡ ବ୍ଲକରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏପରି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସଦସ୍ୟା । ସ୍ଥାନୀୟ ପରଜଂଗ ପୁଲିସର ଅପାରଗତା ପାଇଁ ଏଭଳି ଘଟୁଛି ବୋଲି ସେ ଅଭିଯୋଗ କରଛନ୍ତି । ପ୍ରଶାସନର ଏଭଳି ତତ୍ପରତାକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ଏବଂ ଏହାକୁ ଭବିଷ୍ୟତରେ ଚାଲୁ ରଖିବା ପାଇଁ ପରାମର୍ଶ ଦେଇଛନ୍ତିି ।