ଢେଙ୍କାନାଳ : ଚାକିରି ପ୍ରଲୋଭନ ଦେଖାଇ ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ

58

ଢେଙ୍କାନାଳ : ଚାକିରି ପ୍ରଲୋଭନ ଦେଖାଇ ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ । ଘଟଣାଟି ଘଟିଛି ଢେଙ୍କାନାଳ କଲେଜ ବାଇପାସ୍ ନିକଟରେ ଘଟିଛି । ଆଜି ସଂଧ୍ୟାରେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁସାରେ, ନାଗେନା ଗାଁର ଶିବାଶିଷ ମହାନ୍ତି ନାମକ ଜଣେ ଯୁବକ ଏହି ଯୁବତୀଙ୍କୁ ପ୍ରେମ କରୁଥିଲା । ସୋମବାର ଚାକିରି କରାଇଦେବା ନାଁରେ ତାଙ୍କୁ ଢେଙ୍କାନାଳ ଡାକି ଆଣି ସେ ବାରମ୍ବାର ଦୁଷ୍କର୍ମ କରିଥିଲା । ଅଚେତ ହୋଇପଡିବା ପରେ ଯୁବତୀଙ୍କୁ ସେଠାରେ ଛାଡି ଶିବାଶିଷ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଆଜି ଯୁବତୀଙ୍କ ଠାବ କରି ପୋଲିସକୁ ଖବର ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।