ଘରୋଇ କଳହର କରୁଣ ପରିଣତି ! ମହିଳାଙ୍କ ଆତ୍ମହତ୍ୟା , ୪ବର୍ଷର ଝିଅ ଗୁରୁତର

33

କନକ ବ୍ୟୁରୋ : ଘରୋଇ କଳହର କରୁଣ ପରିଣତି । ନିଜ ୪ବର୍ଷର ଝିଅକୁ ପୋଡି ମାରିବାକୁ ଉଦ୍ୟମ କରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ । ମୃତ ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା ମହାଭୋଇ । ତେବେ ଝିଅ ଦୀପାଂଜଳୀର ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ, ନିଜ ଶାଶୁ ଶ୍ୱଶୁରଙ୍କ ସହ ଝଗଡା ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି ଲକ୍ଷ୍ମୀପ୍ରିୟା । ୪ ବର୍ଷର ଝିଅ ସହ ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ ଲକ୍ଷ୍ମୀପ୍ରିୟା । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହେବା ସହ ଝିଅ ଦୀପାଂଜଳୀର ଅବସ୍ଥା ଗୁରୁତର ରହିଛି