ବୋକା ବନାଇଲେ ଲୁଟେରା ! ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୪ଲକ୍ଷ ୮୦ ହଜାର

34

କନକ ବ୍ୟୁରୋ : ଦିନ ଦିପହରୁ ବନ୍ଧୁକ ମୁନରେ ଲୁଟ । ଢେଙ୍କାନାଳ ସଦରଥାନା ସିମନାଇଠାରେ ଥିବା ଏଚଡିଏଫସି ବ୍ୟାଙ୍କରୁ ୪ଲକ୍ଷ ୮୦ ହଜାର ଟଙ୍କା ଲୁଟିନଇଛନ୍ତି ଦୁର୍ବୃତ । ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଏହି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ । ଖେଳନା ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଲୁଟ ପରେ ଲୁଟେରା ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜ ଯାଂଜ କରି ତଦନ୍ତ ଚଳାଇଛି ପୁଲିସ ।