ଢେଙ୍କାନାଳ : ପୋଖରୀରୁ ୫ମାସର ହାତୀ ଛୁଆ ଉଦ୍ଧାର

20

କନକ ବ୍ୟୁରୋ : ଢେଙ୍କାନାଳର ହିନ୍ଦୋଳ ରେଂଜ ବାଉଁଶପୋଖରୀ ପଂଚାୟତ ନିକଟସ୍ଥ ପୋଖରୀରୁ ଏକ ୫ମାସର ହାତୀ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ହାତୀପଲ ଭିତରୁ ଛୁଆଟି ଏକୁଟିଆ ବାହାରି ଆସି ପାଣି ପିଇବାକୁ ପୋଖରୀ ଭିତରକୁ ଯାଇ ଫସିଯାଇଥିଲା । ତେବେ ଗାଁଲୋକଙ୍କୁ ଠାରୁ ଖବର ପାଇ ହିନ୍ଦୋଳ ରେଂଜର୍ ଏବଂ ଫରେଷ୍ଟରଙ୍କ ସମେତ ହାତୀ ଉଦ୍ଧାରକାରୀ ଦଳ ପୋଖରୀରୁ ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ । ଏବେ ହିନ୍ଦୋଳ ରେଂଜ କାର୍ଯ୍ୟାଳୟ ପରିସରରେ ଉଦ୍ଧାର ହାତୀ ଛୁଆଟିକୁ ରଖି ତାର ଚିକିତ୍ସା ଏବଂ ଦେଖାଶୁଣା କରାଯାଉଛି । ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ପରେ ପୁଣି ତାକୁ ହାତୀ ପଲରେ ଛାଡିଦିଆଯିବ ବୋଲି ଡିଏଫଓ ସୁଚନା ଦେଇଛନ୍ତି ।