ସ୍ୱାସ୍ଥ୍ୟସେବାକୁ ନେଇ ଢେଙ୍କାନାଳରେ ବିଜେପିର ୧୨ ଘଂଟିଆ ବନ୍ଦ ! ସେପଟେ ଜମିପଟ୍ଟା ଦାବିରେ ଭବାନୀପଟଣା ବନ୍ଦ କଲା ଜନ୍ମମାଟି ସୁରକ୍ଷା ମଂଚ

ସେପଟେ ଜମିପଟ୍ଟା ଦାବିରେ ଭବାନୀପଟଣା ବନ୍ଦ କଲା ଜନ୍ମମାଟି ସୁରକ୍ଷା ମଂଚ

104

କନକ ବ୍ୟୁରୋ : ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଂଟିଆ ଢେଙ୍କାନାଳ ବନ୍ଦ । ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ, ବିପର୍ଯ୍ୟସ୍ତ ରୋଗୀ ସେବା ଓ ପୁରୁଣା ଡାକ୍ତରଖାନାକୁ ପିପିପି ମୋଡ଼ରେ ପୁଣି ଚାଲୁ କରିବା ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଦୋକାନବଜାର ବନ୍ଦ ରହିଥିବା ବେଳେ ବସଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେହିପରି ବନ୍ଦପାଳନ ବେଳେ କିଛି ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି । ବନ୍ଦକୁ ଆଖିଆଗରେ ରଖି ଢେଙ୍କାନାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ କଳାହାଣ୍ଡିରେ ଜନ୍ମମାଟି ସୁରକ୍ଷା ମଂଚ ପକ୍ଷରୁ ୨୪ ଘଂଟିଆ ଭବାନୀପାଟନା ବନ୍ଦ ଡାକରା ଦିଆଯାଇଛି । ଦୀର୍ଘ ଦିନରୁ ରହିଆସୁଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁ ଦୋକାନବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି । ସେପଟେ ବନ୍ଦ କାରଣରୁ ସ୍କୁଲ, କଲେଜ୍ ଓ ସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀପାଟନାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।