କେନ୍ଦ୍ରମନ୍ତ୍ରୀ ବନାମ ମୁଖ୍ୟମନ୍ତ୍ରୀ ! ରାଜନୀତିର ପଶାପାଲିରେ ପାରାଦୀପ ତୈଳ ବିଶୋଧନାଗାର

13

କନକ ବ୍ୟୁରୋ : ଭାରତୀୟ ତୈଳ ନିଗମ ଲିମିଟେଡ୍ ବା ଆଇଓସିଏଲର ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ନେଇ ବିବାଦୀୟ ପରିସ୍ଥିତି । ଦେଖାଦେଇଛି ନବୀନ ବନାମ ଧର୍ମେନ୍ଦ୍ର ସ୍ଥିତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଇଓସିଏଲକୁ ଯେଉଁ ସୁବିଧା ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ , ସେହି ପ୍ରତିଶ୍ରୁତିରୁ ସରକାର ଏବେ ଓହରିଯାଇଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ଆଇଓସିଏଲକୁ ସୁଧମୁକ୍ତ ସୁବିଧା ବନ୍ଦ ପାଇଁ କ୍ୟାବିନେଟରେ ନିଷ୍ପତି ନେଇଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ତାଙ୍କ ଉପରେ ରାଗ ରଖି ନବୀନ ଏହି ନିଷ୍ପତି ନେଇଛନ୍ତି । ଏହାର ପରିଣାମ ଓଡିଶାର ଯୁବପୀଢି ଉପରେ ପଡିବ ବୋଲି ସେ ଚେତାଇଦେଇଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ କାଉଁଟର କରିି ବିଜେଡି ମଧ୍ୟ ପ୍ରେସମିଟ କରିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ର ଓଡିଶା ବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଆଇଓସିଏଲର ଭଲ ଲାଭ ହେଉଥିବା ବେଳେ ଓଡିଶା ସରକାର ଏସବୁ ସୁବିଧା ଦେବା ଆବଶ୍ୟକ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ।