ଦାମଙ୍କ ପାଇଁ ବାହାରିଲେ ଧର୍ମେନ୍ଦ୍ର । ତୃତୀୟ ମହଲାକୁ କଲେ ଟାର୍ଗେଟ । କହିଲେ, ଅନିୟମିତତାର ପ୍ରଶ୍ନ ଉଠାଇବାରୁ ନେଲା ପଦକ୍ଷେପ 

30

କନକ ବ୍ୟୁରୋ : ମନ୍ତ୍ରୀ ମଣ୍ଡଳରୁ ଦାମୋଦର ରାଉତ ବିଦା ହେବା ଘଟଣାରେ ଟିପ୍ପଣୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଲକାନଗିରି ମାଲ୍ୟବନ୍ତ ଉତ୍ସବ ଥିବା ବେଳେ କେତେକ ଅନିୟମିତତା ନେଇ ତାଙ୍କୁ ସୂଚନା ମିଳିଥିଲା ଏବଂ ଫେରିବା ପରେ ଏହାର ସମୀକ୍ଷା କରିଥିଲେ । ଏଥିରେ ହୋଇଥିବା କେତେ ଅନିୟମିତତା ନେଇ ଦାମବାବୁ ପ୍ରଶ୍ନ ଉଠାଇଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହା ତୃତୀୟ ମହଲା ପାଇଁ ଏକ ବଡ ଧକ୍କା ପରି ହେଲା । ଏହା ତୃତୀୟ ମହଲାକୁ ବାଧିଲା ଏବଂ ଦାମ ବାବୁଙ୍କ ୪୦ ବର୍ଷର ରାଜନୈତିକ କ୍ୟାରିଅର ଶେଷ କରିଦିଆଗଲା ବୋଲି କହିଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ ଦଳିତ ଓ ମହିଳାଙ୍କ ବିରୋଧରେ ଦାମ ବାବୁ ମନ୍ତବ୍ୟ ଦେଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ , ଏହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ସେପଟେ ଏହାର ଜବାବରେ ବିଜେଡି ପ୍ରତିକ୍ରିୟା ରଖି କହିଛି, ଧର୍ମେନ୍ଦ୍ର ନିଜ ଦଳ ଆଗ ସଜାଡନ୍ତୁ ।