ବଲାଙ୍ଗୀର ବନ୍ୟାସ୍ଥିିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ବୁଲି ଦେଖିଲେ ବନ୍ୟା ପରବର୍ତ୍ତୀ ସ୍ଥିତି
କନକ ବ୍ୟୁରୋ: ବଲାଙ୍ଗୀର ବନ୍ୟାସ୍ଥିିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ବୁଲି ଦେଖିଲେ ବନ୍ୟା ପରବର୍ତ୍ତୀ ବଲାଙ୍ଗୀରର ସ୍ଥିତି । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ସହରରେ ହୋଇଥିବା ବନ୍ୟାର ପରବର୍ତ୍ତୀ ଅବସ୍ଥାକୁ ବିମାନରେ ଯାଇ ଦେଖିଛନ୍ତି ଧର୍ମେନ୍ଦ୍ର । ଆକାଶମାର୍ଗରୁ ଦେଖିବା ପରେ ଏନଏଚଏମ ହଲରେ ଜିଲ୍ଳା ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ନେଇ ଆଲେଚନା କରିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟା ସ୍ଥିତି ଉପୁଜିଥିଲା । ସମ୍ପୂର୍ଣ୍ଣ ସହର ଜଳାର୍ଣ୍ଣବ ହୋଇଯାଇଥିଲା । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Union Minister Dharmendra Pradhan conducted aerial survey of flood affected Balangir, Kalahandi, Boudh, Sonepur districts of Odisha, today. BJP MPs Sangita Singh Deo and Basant Kumar Panda also present. pic.twitter.com/h3LOJw3uHa
— ANI (@ANI) August 17, 2019
ତେବେ ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ଧର୍ମେନ୍ଦ୍ରଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ର ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବନ୍ୟା ପ୍ରଭାବିତ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ଼, ଏମ୍ ରାମପୁର, କର୍ଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଓ ତରଭା ଏନଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ୍(ଗନଧ୍ରେଲ ଡ୍ୟାମ) ଓ ଦେଓଗାଁ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ବେକ୍ଷଣ କରିଛନ୍ତି ।
ଏଠାରେ ସୂଚନା ଥାଉ କି ଲଘୁଚାପ ଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟା ସ୍ଥିତି ଉପୁଜିଥିଲା । ବର୍ତ୍ତମାନ ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ ହଜାର ଲୋକଙ୍କୁ ରଖାଯାଇଛି, ସୁବର୍ଣ୍ଣପୁରରେ ୩,୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି ।