ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ନିଖୋଜ ନେଇ ବିଳମ୍ବରେ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍ ! ତୁରନ୍ତ ଖୋଜି ବାହାର କରିବାକୁ ଅନୁରୋଧ

22

କନକ ବ୍ୟୁରୋ : ସଂଗ୍ରାମୀ ଲକ୍ଷ୍ମୀଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ନିଖୋଜ ଘଟଣାରେ ଟ୍ୱିଟ୍ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାବୁଲା ନିଖୋଜ ମାମଲାରେ ପୁଲିସ ମହାନିର୍ଦ୍ଦେଶକ କେବି ସିଂହଙ୍କ ସହ କଥା ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର । ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ରାଜ୍ୟ ପୁଲିସ ବାବୁଲାକୁ ଖୋଜି ବାହାର କରୁ ବୋଲି ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ଗସ୍ତ ସମୟରେ ଏପ୍ରିଲ ୧୬ତାରିଖ ଦିନ ମୋଦିଙ୍କ ଠାରୁ ସଂଗ୍ରାମୀଙ୍କ ପରିବାର ସମ୍ମାନିତ ହେବା ପରେ ଫେରିବା ବାଟରେ ନିଖୋଜ ହୋଇ ଯାଇଛନ୍ତି ବାବୁଲା । ବାବୁଲାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଶଙ୍କାରେ ରହିଛନ୍ତି ତାଙ୍କ ପରିବାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପାଇଁ ଭୁବନେଶ୍ୱର ଧାଇଁ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର । ଅତିଥି ହୋଇ ଭୁବନେଶ୍ୱର ଆସିଥିଲେ, ହେଲେ ଘରକୁ ଫେରିବା ବାଟରେ ହୋଇଗଲେ ବାଟବଣା । ବୋହୂ ସୁଜାତା ଏବଂ ପୁଅ ସୁରେନ୍ଦ୍ର ପଣ୍ଡା ଘରକୁ ଫେରିଥିବା ବେଳେ ଏଯାଏଁ ସଂଗ୍ରାମୀଙ୍କ ନାତିଙ୍କ ଖୋଜଖବର ମିଳିନି ।

ଏହାସହ ଦେଖନ୍ତୁ ଏହି ଭିଡିଓ-