ଗ୍ରାମ ରୋଜଗାର ସେବକଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ : ଜିଆରଏସଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରୁଥିବା କହିଲେ ଧର୍ମେନ୍ଦ୍ର ପ୍ରଧାନ

28

କନକ ବ୍ୟୁରୋ : ଗ୍ରାମ ରୋଜଗାର ସେବକଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ । ଜିଆରଏସଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଆରଏସଙ୍କ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଜିଆରଏସଙ୍କ ଆନ୍ଦୋଳନ ବେଳେ ପୁଲିସର ଲାଠିଚାର୍ଜ ପ୍ରସଙ୍ଗରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଜାତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଧାରଣାରେ ଲାଠିଚାର୍ଜ ଗ୍ରହଣୀୟ ନୁହେଁ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି , ରାଜ୍ୟ ସରକାର ଯଦି ଏତେ ପାରିବାର , ୧୨ ବର୍ଷ ହେଲା ସେମାନେ କାମ କଲେଣି , ଓଡିଶାରେ ଦୈନିକ ଯେତିକି ସର୍ବନିମ୍ନ ମଜୁରୀ ତା ଠାରୁ ବହୁତ କମ୍ ଏମାନଙ୍କୁ ଦିଆଯାଉଛି । ସେମାନେ ନିଜର ନାର୍ଯ୍ୟ ଦାବୀ ମାଗିବା କଣ ଭୁଲ୍ । ଆଲୋଚନା ହିଁ ରାସ୍ତା । ଆଲୋଚନା ନକରି ମାଡପିଟି କରିବା ପ୍ରଜାତନ୍ତ୍ରରେ ବଡ ଚିନ୍ତାଜନକ ବିଷୟ । ଆଉ ଏହା ଏକ ଅତ୍ୟାଚାରୀ ସରକାର ହେବାକୁ ଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ନିଜର ବୟାନରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି , ଏତେ ନିର୍ଦ୍ଦୟ ହେବା ଭଲ ନୁହେଁ । ଧମକାଇବା , ଦାଦାଗିରି କରିବା ଏହା ଆଦୌ ଗ୍ରହଣୀୟ ନୁହେଁ ।

ଗ୍ରାମ୍ୟ ସେବକ ସଂଘ ଉପରେ ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପଂଚାୟତରାଜ ମନ୍ତ୍ରୀ । ବିଜେପି ଆନ୍ଦୋଳନ ପାଇଁ ଉସକାଉଛି । ଧର୍ମେନ୍ଦ୍ର ପ୍ରଧାନ ଜିଆରଏସ ମାନଙ୍କର ପ୍ରେସିଡେଂଟ ହୋଇ ଆସନ୍ତୁ । ପିପିଲି କାହିଁକି ପାଲଲହଡାରେ ତାଙ୍କ ସହ ଆଲୋଚନା କରନ୍ତ ସେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ମହାରଥୀ କହିଛନ୍ତି । ଜିଆରଏସ ମାନଙ୍କ ଦାବି ସଂପର୍କରେ ସରକାର ସହାନୂଭିତର ସହ ଆଲୋଚନା କରୁଛନ୍ତି । ସେମାନଙ୍କ ସହ ୩ ଥର ଆଲୋଚନା ସରିଛି । ଧର୍ମେନ୍ଦ୍ରଙ୍କ ଟିପ୍ପଣୀକୁ ଗୁରୁତ୍ୱ ଦେଉନାହିଁ ବୋଲି ସେ କହିଛନ୍ତି ।