ମନ୍ତ୍ରୀ ବନାମ ସାଂସଦ ! ପଂଚାୟତ ପ୍ରଚାରରେ ତେଜିିଲା ନେତାଙ୍କ ବ୍ୟକ୍ତିଗତ ଯୁଦ୍ଧ

15

କନକ ବ୍ୟୁରୋ : ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ଭଲ ମାଆଙ୍କ ନିକମ୍ମା ପୁଅ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ତାଙ୍କ ଖବର କାଗଜରେ ନିଜ ପାଇଁ ସଫେଇ ଦେଉଛନ୍ତି ବୋଲି ସେ କହିଛନ୍ତି । ଏପରିକି ଲୋକସଭାରେ ନିଜ ଅଂଚଳ ପାଇଁ ପଦୁଟିଏ ମଧ୍ୟ ସାଂସଦ କହୁନଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।