ମହାନଦୀ ଉପରେ ଆଭିମୁଖ୍ୟ ବଦଳାଇଲା ବିଜେପି : ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଧର୍ମେନ୍ଦ୍ର

28

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ ଆଜି ଏକ ବଡ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଦେଇଥିବା ମନ୍ତବ୍ୟକୁ ଭୁଲ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାବଣା କରାଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ରମଣ ସିଂଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ବ୍ୟାକଫୁଟରରେ ଥିବାବେଳେ ମହାନଦୀର ମୋଡ଼ ବଦଳାଇ ପୁଣି ଫ୍ରଣ୍ଡପୁଟରେ ଖେଳିବାକୁ ଉଦ୍ୟମ କରିଛି ବିଜେପି ।

ମହାନଦୀକୁ ନେଇ ଲଢ଼େଇ ଜୋର ଧରୁଥିବା ବେଳେ ବିଜେପି ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଔଦ୍ଧତପୂର୍ଣ୍ଣ ଢ଼ଙ୍ଗରେ ମହାନଦୀ ପାଣି ବ୍ୟବହାର କରିବାରେ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ ବୋଲି କହିବା ପରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିଛନ୍ତି ଧର୍ମେନ୍ଦ୍ର ।

raman-singh

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ମାମଲାରେ ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଥିଲେ ଆଉ ଛତିଶଗଡ଼ ଉପରେ କୌଣସି ମନ୍ତବ୍ୟ ଦେଇନଥିଲେ । ଏବେ କେନ୍ଦ୍ରମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଛତିଶଗଡ଼ ଭୁଲ କରିଛି । ସେପଟେ ୧୧ଟି ରାଜ୍ୟରେ ଉପନିର୍ବାଚନରେ ବିଜେପରି ଖରାପ ପ୍ରଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନକୁ ଦେଖନ୍ତୁ, ଉପନିର୍ବାଚନକୁ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପାଇଁ ମୋଦି ସରକାର ଗତ ୪୮ ମାସରେ ୪୮ଟି ପଦକ୍ଷେପ ସମ୍ପର୍କରେ ପ୍ରକାଶ କରି ଏକ ପୁସ୍ତିିକା ମଧ୍ୟ ଉନ୍ମୋଚନ କରିଛନ୍ତି ।