କଳାହାଣ୍ଡିରେ କ୍ଳିନ୍ ସୁଇପ ପରେ ଧର୍ମେନ୍ଦ୍ରଙ୍କ ଉପାଖ୍ୟାନ! ବାଘ ହୋଇ ବିଜେଡିକୁ ଖାଇଗଲା ଗରିବିର ଭୂତ

34

କନକ ବ୍ୟୁରୋ : ଧର୍ମେନ୍ଦ୍ରଙ୍କ ବାଘ ଉପାଖ୍ୟାନ । ନବୀନ ସରକାରଙ୍କୁ ରାଧୁଆ ମିଛୁଆ ସରକାର କହିବା ସହ ବାଘ ଉପାଖ୍ୟାନ ଶୁଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଏଥର ପଂଚାୟତ ନିର୍ବାଚନରେ ନବୀନଙ୍କ ଠକାମି ଧରାପଡିଯାଇଛି ।

ତେଣୁ ଏଥର ସରକାରକୁ ଓଡିଆ ବାଘ ଖାଇବ । ଦାନ ମାଝିରୁ ଆରମ୍ଭ କରି ସଲମାନ ରାଉତର ହତ୍ୟାକାଣ୍ଡ ଯାଏଁ , ଏସବୁ ପ୍ରସଙ୍ଗ ନବୀନଙ୍କ ନିଦ ହଜାଇବ ବୋଲି ମନ୍ତବ୍ୟ ଦେଇଛନ୍ତି ଧର୍ମେନ୍ଦ୍ର ।