ନିର୍ବାଚନୀ ପାଣ୍ଠି ଅନୀୟମିତତା ମାମଲା ! ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

41

କନକ ବ୍ୟୁରୋ : ଆଜି ପୁଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ସରକାର ଦୁର୍ନୀତିରେ ବୁଡିରହିଥିବା ଅଭିଯୋଗ କରି ପରବର୍ତ୍ତନର ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଅଭିଯୋଗ କରିଛନ୍ତି, ବିଜେଡି ଆକାଉଂଟକୁ ଚିଟଫଣ୍ଡ ଟଙ୍କା ଆସିଛି । ଆଉ ଏହାର ଉତ୍ତର ବିଜେଡି ପାଖରେ ନାହିଁ । ଯଦି ସତସାହସ ଅଛି ତେବେ ତଦନ୍ତ ପାଇଁ ନିର୍ବାଚନ କମିଶନଙ୍କ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ।