ନବୀନଙ୍କୁ ପ୍ରଂଶାସ କରି ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ନିଜ ଦଳରୁ ଶୁଭିଲା ବିରୋଧ

21

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସରଳ ବ୍ୟକ୍ତି ଏବଂ ସାରା ଦେଶରେ ସେ ଜଣେ ଆଦର୍ଶ । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୟାନ ଓଡିଶା ରାଜନୀତିରେ ଝଡ ସୃଷ୍ଟି କରିଛି । ତାଂକ ନିଜ ଦଳ ବିଜେପିରୁ ହିଁ ଆରମ୍ଭ ହୋଇଛି ବିରୋଧ ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଧର୍ମେନ୍ଦ୍ରଙ୍କ ଏହି ବୟାନ ତୃଣମୂଳ ସ୍ତରରେ କର୍ମୀଙ୍କ ଉପରେ ପ୍ରଭାବ ପକାଇବ । ଏହି ବୟାନକୁ ନେଇ କଂଗ୍ରେସ ବି ରାଜନୀତିର ନୂଆ ଖୋରାକ୍ ପାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –