ଆଇନ୍ ଆଗ ଭାଇ ପଛ ! ଭିଜିଲାନ୍ସ ରେଡ୍ ପରେ ବିରୋଧୀଙ୍କ ମୁହଁ ବନ୍ଦ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

19

କନକ ବ୍ୟୁରୋ : ନିଜ ଭାଇଙ୍କ ଗ୍ୟାସ ଏଜେନ୍ସିରେ ଭିଜିଲାନ୍ସ ଚଢାଉ ଓ ତାଙ୍କ ନାଁରେ ମାମଲା ରୁଜୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଆଇନରୁ ଉଦ୍ଧ୍ୱର୍ରେ କେହି ନୁହନ୍ତି । ଗ୍ୟାସ ବିତରଣ କରିବା ଲାଗି କେତେକ ଗାଇଡ ଲାଇନ ରହିଛି । ଏଥିରେ ବ୍ୟତିକ୍ରମ ହେଲେ ଯାଂଚ କରିବାର ଅଧିକାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଭୁଲ୍ ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି ।