ତୈଳଦର ନେଇ ପୁଣି ମୁହଁ ଖୋଲିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ! କହିଲେ, ଜିଏସଟିରେ ସାମିଲ ହେଉ ପେଟ୍ରୋଲ ଓ ଡିଜେଲ

49

କନକ ବ୍ୟୁରୋ : ତୈଳଦର ବୃଦ୍ଧି ନେଇ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲ ଓ ଡିଜେଲ ଦରକୁ ଜିଏସଟିରେ Dharmendra-Pradhan_Lସାମିଲ କରିବାକୁ ପୁଣି ଥରେ ଜୋର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଫାଇଦା ମିଳିବ ।

ପେଟ୍ରୋଲିୟମ ପଦାର୍ଥକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ସେ ଜିଏସଟି କାଉନସିଲକୁ ଅନୁରୋଧ କରିଛନ୍ତି । ଆମେରିକାରେ ଦୁଇ ଦୁଇ ଥର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ତେଲ ଦର ସାମାନ୍ୟ ବଢିଥିଲା । କିନ୍ତୁ ଏବେ ପେଟ୍ରୋଲ ଦର ଧିରେ ଧିରେ  କମିବାରେ ଲାଗିଛି । ତୈଳଦର ପାଇଁ ବାଲାନସ ମଡେଲ ହେବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଜିଏସଟି କାଉନସିଲ କାମ କରୁଛି ।