ପୁଣି ନବୀନଙ୍କୁ ଘେରିଲେ ଧର୍ମେନ୍ଦ୍ର ! କହିଲେ, ମହାନଦୀ ପାଇଁ ନାହିଁ ଆନ୍ତରିକତା

20

ଭୁବନେଶ୍ୱର ବ୍ୟୁରୋ : ନିଜ ଦୋଷ ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଲଦୁଛନ୍ତି ରାଜ୍ୟ ସରକାର । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଠିକ ସମୟରେ ନିଜ ଦାବିକୁ ଉପସ୍ଥାପନ କରିନପାରି ଅନ୍ୟ ଉପରେ ଦୋଷ ଲଦୁଥିବା ସେ ଅଭିଯୋଗ କରିଛନ୍ତି ।

ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ଉମାଭାରତୀ ଥିବା ପର୍ଯ୍ୟନ୍ତ ଓଡିଶାର ସ୍ୱାର୍ଥକୁ କୌଣସି ହାନି ହେବାକୁ ଦିଆଯିବ ନାହିଁ ।

ଧର୍ମେନ୍ଦ୍ର କହିଛନ୍ତି, ଜଏଂଟ ମ୍ୟାନେଜମେଂଟ କମିଟି ହେଉ ଅବା ଟ୍ରିବ୍ୟୁନାଲ ଗଠନ, ଏସବୁ ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଅଧିକାର । ମହାନଦୀ ପାଣିକୁ ନେଇ ରାଜ୍ୟ ସରକାର ଯେଉଁ ସବୁ ନ୍ୟାୟ ସଂଗତ ପଦକ୍ଷେପ ନେବେ, ସେଥିରେ ଭାରତୀୟ ଜନତା ପାର୍ଟିର ସମର୍ଥନ ରହିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।