ହରତାଳ ନାଁରେ ଓଡ଼ିଶାର ରାଜରାସ୍ତାରେ ଶାସକ ଦଳ କର୍ମୀଙ୍କ ଅରାଜକତା ଓ ଗୁଣ୍ଡାଗରି ନେଇ ମୁଁ ଦୁଃଖିତ : ଧର୍ମେନ୍ଦ୍ର ପ୍ରଧାନ

55

କନକ ବ୍ୟୁରୋ : ତୈଳ ଦର ବୃଦ୍ଧି ବିରୋଧରେ ଆଜି ବିଜେଡ଼ିର ହରତାଳ ନେଲା ହିଂସାର ରୂପ । ୫ ଘଂଟାର ଏହି ହରତାଳ ସମୟରେ ରାଜରାସ୍ତାରେ ଚାଲିଲା ଆତଙ୍କରାଜ । ଆନ୍ଦୋଳନକାରୀମାନେ ହାତରେ ଲାଠି ଧରି ଯାହାକୁ ପାରିଲେ ପିଟିଲେ । ବିଜେଡ଼ିର ଏପରି ଆତଙ୍କରାଜକୁ ଟ୍ୱିଟ୍ ଜରିଆରେ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Mauritius PM meet Petroleum Minister Dharmendra Pradhanସେ କହିଛନ୍ତି ଆଇନକୁ ହାତକୁ ନେଇ ଅନ୍ୟ ମାନଙ୍କର ସ୍ୱାଧୀନତା ଓ ଅଧିକାର ଉପରେ ହିସାତ୍ମକ ଆକ୍ରମଣ କରିବା ଅଗଣତାନ୍ତ୍ରିକ । ଗଣତନ୍ତ୍ରରେ ପ୍ରତିବାଦ କରିବାରେ ସମସ୍ତଙ୍କର ଅଧିକାର ରହିଛି । ମାତ୍ର ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଏପରିକି ହରତାଲ ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଆମ୍ବୁଲାନ୍ସକୁ ଡାକ୍ତରଖାନା ଯିବାକୁ ନଦେବା ଦୁଃଖ ଓ ପରିତାପର ବିଷୟ । ହରତାଳ ନାଁରେ ଓଡ଼ିିଶାର ରାଜରାସ୍ତାରେ ଶାସକ ଦଳ କର୍ମୀଙ୍କ ଅରାଜକତା ଓ ଗୁଣ୍ଡାଗରିକୁ ନେଇ ମୁଁ ଦୁଖିତ ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହା ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମା ଉପରେ ରାଗ ପାଇଁ ସାଧାରଣ ଲୋକ ଏପରିକିwhy dharmendra get cabinate rank ରାସ୍ତାରେ ଯାଉଥିବା ମହିଳା ମାନଙ୍କୁ ଅପମାନିତ କିରବା ଭଳି କାର୍ଯ୍ୟରୁ ଶାସକ ଦଳ ନିବୃତ୍ତ ରହୁ । ସ୍ଥାନୀୟ ଶାସକ ଦଳ ତରଫରୁ ମୋତେ ବ୍ୟକ୍ତିଗତ ସ୍ତରରେ ଗାଳିଗୁଲଜ କରିବାରେ ମୋର କିଛି ଆପତ୍ତି ନାହିଁ । ଗଣତନ୍ତ୍ରରେ ସାଧାରଣ ଲୋକ ହିଁ ବିଚାରକ । ସ୍ଥାନୀୟ ସରକାର ସାମ୍ବିଧାନିକ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଓଡ଼ି଼ଶାରେ ଅରାଜକତା ସୃ୍ଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରରୀ । ଏପରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସାମ୍ବିଦାନିକ ଦାୟିତ୍ୱ ବୋଲି କହିଛନ୍ତି ।