ବାଲିଗୁଡା ଏନକାଉଂଟର୍ ଘଟଣାର ଦୋଷୀଙ୍କ ବିରୋଧରେ୧୫ ଦିନ ମଧ୍ୟରେ ଦଣ୍ଡ ବିଧାନ କରାଯାଉ : ଧର୍ମେନ୍ଦ୍ର ପ୍ରଧାନ

30

କନ୍ଧମାଳ : ବାଲିଗୁଡା ଏନକାଉଂଟର୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଏହା ଏକ ସାଧାରଣ ଘଟଣା ନୁହେଁ । ତେଣୁ ଏହି ଘଟଣାକୁ ନେଇ ରାଜନୈତିକ ବିବାଦ କରାନଯାଉ । ଏସଆଇଟି ଟିମ୍ ଗଠନ କରି ତଦନ୍ତ କରିବା ସହ ୧୫ ଦିନ ମଧ୍ୟରେ ଦୋଷୀଙ୍କ ପାଇଁ ଦଣ୍ଡ ବିଧାନ କରାଯାଉ । ସେପେଟେ ଆସନ୍ତା କାଲି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବାଲିଗୁଡା ଯିବ । ଏକ ୭ଜଣିଆ ଟିମ୍ ଯାଇ ସ୍ଥିତିର ଅନୁଧ୍ୟାନ କରିବ । ଏହା ସହ ପ୍ରତିବାଦରେ ୧୨ତାରିଖରେ ବିଜେପି ପକ୍ଷରୁ କନ୍ଧମାଳ ବନ୍ଦ ଡାକରା କରାଯାଇଛି ।