ବିମୁଦ୍ରାକରଣ ଆଣିଲା ବିଜେପି ପାଇଁ ବିଜୟ : ପଂଚାୟତ ନିର୍ବାଚନରେ ସଫଳତା ନେଇ ଧର୍ମେନ୍ଦ୍ର କହିଲେ ବିଶ୍ୱାସ ହରାଇଛି ବିଜେଡି

20

କନକ ବ୍ୟୁରୋ : ବିମୁଦ୍ରାକରଣ ଆଣିଲା ବିଜେପି ପାଇଁ ବିଜୟ । ପଂଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ନେଇ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।  ଓଡିଶା ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ର୍ଧେମନ୍ଦ୍ର ପ୍ରଧାନ ।

୨୦୧୨ରେ ବିଜେପିକୁ ୩୬ ସିଟ ମିଳିଥିଲା । ଚଳିତ ପଂଚାୟତ ନିର୍ବାଚନରେ ବିଜେପି ୧୦ ଗୁଣା ଅଧିକ ସିଟ ପାଇଛି । ୩୦୭ ସିଟ ପାଇଛି ବିଜେପି । ବିଜେଡି ପ୍ରାୟ ୨୦ ସିଟ ହରାଇଥିବା ବେଳେ କଂଗ୍ରେସ ୧୨୬ରୁ ୬୭ ସିଟକୁ ଖସିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବରଗଡ, ସୁବର୍ଣ୍ଣପୁରରେ , ସମ୍ବଲପୁର ଓ ଦେବଗଡରେ ବିଜେପି ବିଜୟଲାଭ କରିଛି । ବିଭିନ୍ନ ରାଜ୍ୟରେ ବିଜେପିକୁ ବହୁମତ ମିଳିଛି । ନଭେମ୍ବର ୮ ପରେ ମୋଦିଙ୍କ ଉପରେ ଲୋକଙ୍କ ଆସ୍ଥା ବଢିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।