ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ: ନିର୍ବାଚନ ପ୍ରତିଶ୍ରୁତି ରଖିନାହାନ୍ତି ରାଜ୍ୟ ସରକାର, ନିଯୁକ୍ତି ସୃଷ୍ଟି ଯୋଜନା କୁଆଡା ଗଲା ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର

105

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନୀ ପ୍ରତିଶ୍ରୃତି ପାଳନ କଥା କହି କେବଳ ଧୁଆଁବାଣ ମାରୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ରାଜ୍ୟର ସମସ୍ତ ଜନତାଙ୍କୁ ପକ୍କାଘର କଥା କହିଥିଲେ । ୨୦୧୮ ଶେଷରେ ବିଧାସଭାରେ ଉତ୍ତର ରଖିଥିଲେ ୨୦ ଲକ୍ଷ ଘର ଦେଇଛୁ ଏବଂ ଆହୁରୀ ୩୦ ଲକ୍ଷ ଘର ପାଇବେ ବୋଲି ହେଲେ ସତ କଥା ହେଲା ବିଗତ ୩ଟି ବିଜେଟରେ ବିଜୁ ପକ୍କାଘର ଯୋଜନା ପାଇଁ ଟଙ୍କାଟିଏ ମଧ୍ୟ ବ୍ୟବସ୍ଥା କରିନାହାଁନ୍ତି ବରଂ କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ସରକାର ଘର ଦେଉଛନ୍ତି । ପର ଘର ତିଅଣରେ ରାଜ୍ୟ ସରକାର ଅତିଥି ସକ୍ରାର କରୁଛନ୍ତି । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ରାଜ୍ୟ ସରକାର ପାଳନ କରିନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ନିଯୁକ୍ତି ସୃଷ୍ଟି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଛାପୁଛନ୍ତି । ସେହିପରି ଦିବ୍ୟାଙ୍ଗ, ବିଧବା ଓ ବୟସ୍କଙ୍କୁ ଭତା ମିଳୁନାହିଁ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ସହଯୋଗ ନକରି ବାଧକ ସାଜୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଶୀତଳ ଭଣ୍ଡା କେତେ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ନବୀନବାବୁ ୧୦ ଲକ୍ଷ ହେକ୍ଟର ଜମି ଜଳସେଚନ କରିବା କଥା କହିଥିଲେ । ତେବେ ଲୋୟର ସୁକତେଲ, ଇନ୍ଦ୍ର ପ୍ରକଳ୍ପ କେତେ ବାଟ ଗଲା ତାର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି ।

ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କୁଆଡେ ଗଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୭୦ ଭାଗ ଅଂଚଳରେ ବର୍ତ୍ତମାନ ପିଇବା ପାଣି ନାହିଁ । ନବୀନ ବାବୁ ସମସ୍ତଙ୍କୁ ନିଜ ପରିବାରର ସଦସ୍ୟ କହିଛନ୍ତି ହେଲେ ପିପିଲି, କୁନ୍ଦୁଲି ପୀଡିତା କଣ ତାଙ୍କ ପରିବାର ସଦସ୍ୟ ନୁହେଁ ବୋଲି ପ୍ରଶ୍ନ କରିବା ସହ ଯଦି ମୁଖ୍ୟମନ୍ତ୍ରୀଙ୍କ ସତସାହସ ଅଛି ତେବେ ସେ କରିଥିବା ଏହି ବିତର୍କର ଜବାବ ରଖିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।

ସେପଟେ ଏନେଇ ଜବାବ ରଖିଛି ବିଜେଡି । ଧର୍ମେନ୍ଦ୍ର ଅଭ୍ୟାସଗତ ମିଛୁଆ । ଯାହା ପ୍ରତିଶ୍ରୁତି ଦେଇଥିଲେ ପାଳନ କରିନାହାନ୍ତି । ଉଜ୍ୱଳା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି କୁଆଡେ କଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।