ଟିଚର୍ ଅନ୍ କଲ୍ ବ୍ୟବସ୍ଥାକୁ ନେଇ ମୁହାଁମୁହିଁ ଧର୍ମେନ୍ଦ୍ର ପ୍ରଧାନ ଓ ଦେବୀ ପ୍ରସାଦ ମିଶ୍ର

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟିଚର୍ ଅନ୍ କଲ୍ ବ୍ୟବସ୍ଥାକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ରାଜ୍ୟ ସରକାର ଶିକ୍ଷକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନକରି ଟିଚର ଅନ କଲ ବ୍ୟବସ୍ଥାକୁ ନେଇ ପୁଣି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ଏହାର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ରାଜ୍ୟ ସରକାର ନିୟମିତ ନିଯୁକ୍ତି ଦିଗରେ ମଧ୍ୟ ନିୟମ ଅନୁସାରେ କାମ ପଦକ୍ଷେପ ନିଆଯାଉଛି । କେନ୍ଦ୍ର ମନ୍ତ୍ରୀ ଟିଚର ଅନ କଲ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇ ଯୁବଗୋଷ୍ଠୀଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି।

ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଉଭୟ ଦଳ ନିଜର ପତିଆରା ଦେଖାଇବା ପାଇଁ ଏହି ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି । କିନ୍ତୁ ବାସ୍ତବ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ଆନ୍ତରିକତା ନାହିଁ ବୋଲି ଜୟଦେବ କହିଛନ୍ତି ।