ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! କହିଲେ, ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି

21

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଆଜି ପୁଣି ଥରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଅଭିଯୋଗ କରିଛନ୍ତି, ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି । ରାଜ୍ୟ ବିଜେଡିରେ ଅନ୍ତଃକନ୍ଦଳ ଦେଖାଦେଲାଣି । ଓଡିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ଲୋକେ ପରବର୍ତନ ଚାହୁଁଛନ୍ତି ।

ଅନ୍ୟପଟେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏନେଇ ଜବାବ ରଖିଛନ୍ତି । କହିଛନ୍ତି , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ କହିଲେ,କାହାକୁ ଅର୍ଥ କରି କହିଲେ ସେ ନିଜେ ଜାଣିଥିବେ । ଓଡିଶାରେ ବିଜେପି ୧୦ ଭାଗ ହୋଇଛି । ଆମର ଜଣେ ନେତା ନବୀନ ପଟ୍ଟନାୟକ । ୧୭ ବର୍ଷ ହେଲାଣି ଜିତିଛୁ ଆଗଗୁ ବି ଜିତିବୁ ।