କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଇନ୍ଧନ ! କାରଖାନା ତିଆରି ପାଇଁ ଶୀଘ୍ର ଜମି ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

52

କନକ ବ୍ୟୁରୋ : କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଇନ୍ଧନ । ବରଗଡ଼ ଭଟଲି ଠାରେ କୃଷି ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତି କାରଖାତା ତିଆରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଖାନା ପାଇଁ ଭୂମି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତିି ଧର୍ମେନ୍ଦ୍ର ପ୍ରଧାନ । ଜମି ଯୋଗାଇ ଦେବାରେ ବିଳମ୍ବ ହେଉଥିବାରୁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତିି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ ୨୦୧୬ ନଭେମ୍ବରରେ ଭାରତ ପେଟ୍ରୋଲିୟମ୍ ଲିମିଟେଡ଼୍ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୂୁ ଏଥି ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ହେଁ କାରଖାନା ପାଇଁ ମିଳିପାରିନି ଜମି । ଆଉ ସେଥିପାଇଁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିପାରି ନାହିଁ । ଏଥିଯୋଗୁଁ ଓଡ଼଼ିଶାବାସୀଙ୍କ ଉପରେ ପ୍ରତିକୂଳ ପ୍ରକାଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ଆରମ୍ଭ ହେଲେ ଆଖପାଖ ଅଂଚଳ ବିକାଶ ହୋଇପାରିବ । ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପରେ ଗ୍ରାମବାଗୀଙ୍କୁ ନିଯୁକ୍ତି ମିଳିବ ।

ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ୧,୩୦,୦୦୦ ମେଟ୍ରିକ୍ ଟନ୍ ବର୍ଯ୍ୟବସ୍ତୁ ବ୍ୟବହାର ହେବ । ଯାହର ମୂଲ୍ୟ ପାଖାପାଖି ୮ କୋଟି ଟଙ୍କା । ଏହାବ୍ୟତୀତ କୃଷି ବର୍ଯ୍ୟବସ୍ତୁରୁ ବ୍ୟବାର କରି ଚାଷୀମାନେ ଜମିର ଉର୍ବରତା ବୃଦ୍ଧି କରିପାରିବେ । ଯାହାଦ୍ୱାରା ମୁଖ୍ୟତଃ କୃଷକମାନେ ଲାଭବାନ ହେବେ । ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୮୦୦ରୁ ୧୦୦୦ ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ମିଳିବ । ଆଉ ବର୍ଜବସ୍ତୁରୁ ବାର୍ଷିକ ୧୦ରୁ ୧୨ କୋଟିର ଅତିରିକ୍ତ ଆୟ ହେବ । ଏହି ପ୍ରକଳ୍ପ ମାଧ୍ୟମରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ଼୍ ୭୫୦ କୋଟି ଟଙ୍କାର ନିବେଶ ପାଇଁ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଅର୍ଥନୀତି ସମୃଦ୍ଧ ହେବ ବୋଲି ଚିଠିରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।