ଚିଲିକା ବିକାଶ ପାଇଁ ଓଏନଜିସି-ୟୁନେସ୍କୋର ମିଳିତ ଉଦ୍ୟମ ! ସହଯୋଗ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

33

କନକ ବ୍ୟୁରୋ: ଚିଲିକା ହ୍ରଦ ଓ ଏହାର ପାରିପାଶ୍ୱିକ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ଓ ୟୁନେସ୍କୋ ମିଳିତ ଭାବରେ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର କହିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ।

ରାଜ୍ୟ ସରକାରଙ୍କ ଉପଯୁକ୍ତ ଯୋଗଦାନ ଓ ସହଯୋଗ ଦ୍ୱାରା ଚିଲିକାର ସଂରକ୍ଷଣ ଓ ବିକାଶ ସମ୍ଭବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବାର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।