ପଦୋନ୍ନତି ପାଇବା ପରେ ଆଜି ଓଡିଶା ଆସୁଛନ୍ତି ଧର୍ମେନ୍ଦ୍ର ! ୧୨୦ ଆସନ ହିସାବ ପାଇଁ କାଲି ଆସିବେ ଅମିତ ଶାହ

33

କନକ ବ୍ୟୁରୋ : ପଦୋନ୍ନତି ପାଇବା ପରେ ଆଜି ଓଡିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୧୨୦ ଆସନ ହିସାବ ପାଇଁ ଆସନ୍ତାକାଲି ଆସିବେ ଅମିତ ଶାହ । ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦୋନ୍ନତି ପରେ ଓଡିଶାରେ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ କ୍ୟାବିନେଟ ପାହ୍ୟାକୁ ପ୍ରମୋସନ ନେଇ ଉତ୍ସାହିତ ବିଜେପି ଶିବିର । ସେପଟେ ୧୨୦ ଆସନର ଅଂକ କଶିବାକୁ ଦିନକ ପରେ ଓଡିଶା ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ବିଜେଡିର ଦୃଢୋକ୍ତି, ଏସବୁର କୌଣସି ପ୍ରଭାବ ଓଡିଶାବାସୀଙ୍କ ଉପରେ ପଡିବ ନାହିଁ । ଆଉ ୨୦୧୯ରେ ୧୨୩ ଆସନ ଜିତିବ ବିଜୁ ଜନତା ଦଳ ।

dharmendra pradhanକ୍ୟାବିନେଟ ପାହ୍ୟାକୁ ପ୍ରମୋସନ ପରେ ସୋମବାର କାର୍ଯ୍ୟଭାର ସମ୍ଭାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଦିଲ୍ଲୀରେ ବଦଳିଥିବା ମନ୍ତ୍ରିମଣ୍ଡଳର ଓଡିଶାରେ ପ୍ରଭାବକୁ ନେଇ ସରଗରମ ହୋଇଛି ରାଜନୀତି । କେନ୍ଦ୍ରରେ ମୋଦିଙ୍କୁ ମନାଇ ଧର୍ମେନ୍ଦ୍ରଙ୍କ କାଟତି ବଢିବା ପରେ ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଆସିଯାଇଛି । ଏପଟେ ୨୦୧୯ ପାଇଁ ୧୨୦ ଆସନର ଅଙ୍କ କଷିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଉ ଦିନକ ପରେ ଆସୁଛନ୍ତି ଓଡିଶା । ହେଉଥିବା ଚର୍ଚ୍ଚା ଅନୁସାରେ ତିନିଦିନରେ ଏକାଧିକ ରୁଦ୍ଧଦ୍ୱାର ବୈଠକରେ ଟାର୍ଗେଟ ହାସଲ ପାଇଁ ପ୍ରସ୍ତୁତ କରିବେ ରୋଡମ୍ୟାପ ।

ପଂଚାୟତ ନିର୍ବାଚନରେ ଭାରିତୀୟ ଜନତା ପାର୍ଟିକୁ ମିଳିଥିବା ସଫଳତା ୨୦୧୯ ସାଧାରଣ ନିର୍ବାଚନରେ ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଉତ୍ସାହିତ କରିଛି । ଯେଉଁଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି-ଶାହା ଯୋଡି । ବିଜେପିର ଚାଣକ୍ୟ କୁହାଯାଉଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ୧୨୦ ଆସନ ଦଖଲ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେବା ସହ ସେହି ଦିଗରେ କାମ ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଯୁବ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମତା ବଢାଇ ଓଡିଶାରେ ନବୀନଙ୍କ ବିଜୟଧାରାରେ ବ୍ରେକ ଲଗାଇବାକୁ ଯୋଜନା କରିଛନ୍ତି ମୋଦି । ଅନ୍ୟପଟେ ୨୦୧୯ରେ କ୍ଷମତା ଅପହରଣର ଲଢେଇ ପାଇଁ ବିଜେପି ବ୍ରିଗେଡକୁ ପ୍ରସ୍ତୁତ କରିବାକୁ ଆସୁଛନ୍ତି ଅମିତ ଶାହ । ଆଉ ଏହାରି ଭିତରେ ସରଗରମ ହୋଇଉଠିଛି ଓଡିଶାର ରାଜନୈତିକ ପାଣିପାଗ ।