ଗଜପତିରେ ଧର୍ମେନ୍ଦ୍ର ପ୍ରଧାନ : ତିତଲି ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ ଗଞ୍ଜାମ ଯିବେ କେନ୍ଦ୍ରମନ୍ତ୍ରୀ

40

କନକ ବ୍ୟୁରୋ : ଗଜପତି ଜିଲ୍ଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତିର ତିତଲି ବାତ୍ୟା ପ୍ରଭାବିତ ବିଭିନ୍ନ ଅଂଚଳ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ । ଲକ୍ଷ୍ମୀପୁର ଓ କଇଁପୁର ଯାଇ ପ୍ରଭାବିତଙ୍କୁ ଭେଟିବା ସହ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏହା ପରେ ଗଂଜାମର ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପୂର୍ବ ନିର୍ଦ୍ଧାରିତ ଗଙ୍ଗାବାଡ ପଂଚାୟତ ବାରଘର ଗସ୍ତକୁ ବାତିଲ କରାଯାଇଛି ।

ସେପଟେ ତିତଲି ବାତ୍ୟାରେ ୨୭୬୫ କୋଟିର କ୍ଷୟକ୍ଷତି ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ପ୍ରଭାବରେ ୧୭ଟି ଜିଲ୍ଲାରେ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟାରେ ୧୨୮ ବ୍ଲକର ୮ ହଜାର ୧୨୫ ଗାଁ ପ୍ରଭାବିତ ହୋଇଛି । ୨ ଲକ୍ଷ ୬୩ ହଜାର ୩୬୭ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଓ ବନ୍ୟାରେ ୫୬ ହଜାର ୯୩୦ଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ପୁନରୁଦ୍ଧାର କାମକୁ ପ୍ରାଥମିକତା ଦିଆଯାଇଛି । କ୍ଷୟକ୍ଷତିର ଆକଳନ ଚାଲିଛି । ତେବେ ଆଜି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।