ବନ୍ୟା ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

30

କନକ ବ୍ୟୁରୋ : ବନ୍ୟାଂଚଳରେ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିବା ପରେ ଯାଜପୁର ବରିରେ ଘାଇ ସୃଷ୍ଟି ହୋଇଛି । ୬୦ ଫୁଟର ଘାଇ ସୃଷ୍ଟି ହେବା ଫଳରେ ୧୫ଟି ପଂଚାୟତର ୩୦ଟି ଗାଁ ପାଣି ଘେରରେ ରହିଛି ।

ଜେନାପୁରର ରାସ୍ତା ଉପରେ ମଧ୍ୟ ବନ୍ୟା ପାଣି ବୋହୁଛି । ଆଜି ଏସବୁ ପ୍ରଭାବିତ ଅଂଚଳ ବୁଲି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲାଇଫ ଜାକେଟ ପିନ୍ଧି ମୋଟରବୋଟ୍ ଯୋଗେ ପ୍ରଭାବିତ ଅଂଚଳରେ ବନ୍ୟାସ୍ଥିତିର ଅନୁଧ୍ୟାନ କରିଛନ୍ତି । ରେଙ୍ଗାଳି ଡ୍ୟାମର ୧୦ଟି ଗେଟ୍ ଖୋଲାଯିବା ପରେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧିପାଇଛି । ବନ୍ୟାସ୍ଥିତିକୁ ନେଇ ଅଂଚଳବାସୀ ଭୟଭୀତ ଥିବା ବେଳେ ବଢିପାଣି ତଳିଆ ଅଂଚଳ ଓ ଚାଷଜମିରେ ପ୍ରବେଶ କରିଛି ।