ନାମାଙ୍କନ ପତ୍ର ଦାଖଲ କରିବେ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି

27

କନକ ବ୍ୟୁରୋ : ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାନଙ୍କନ ଦାଖଲ କରିବା ପାଇଁ ମଧ୍ୟପ୍ରଦେଶର ଭୋପାଳରେ ପହଁଚିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ପକ୍ଷରୁ ମନୋନୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରିୟ ସଭାପତିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ସେ ଦଳର ଜଣେ ସାଧାରଣ କର୍ମୀ ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାକୁ ନିର୍ବାହ କରିବେ ।

ଆସନ୍ତା ମାସରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବ । ସେ ପୂର୍ବଥର ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ତେଣୁ ଏଥର କେଉଁଠୁ ରାଜ୍ୟସଭାକୁ ଯିବେ ନା ଓଡିଶାରେ ଦଳୀୟ ସାଂଗଠନିକ ଦାୟିତ୍ୱ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଛି ।